Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

by ସଞ୍ଜୟ ସ୍ୱାଇଁ
September 30, 2022
in Crime, State
ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
77
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ବାପା, ମା’ ଓ ୨ ନିରୀହ ଛୁଆ ଥିବା ଜଣାପଡ଼ିଛି। ପୁଲିସ୍‌ ଗୋଟିଏ ପରେ ଗୋଟିଏ ଶବ ଉଦ୍ଧାର କରିଥିବା ବେଳେ ଏପରି ଛାତିଥରା ଘଟଣା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏପରି ଅଭାବନୀୟ ଘଟଣା ଛତିଶଗଡର ଦୁର୍ଗ ଜିଲ୍ଲା ଅକୋଲା ଗାଁସ୍ଥିତ ଟଣ୍ଡନବାଡିରେ ଘଟିଛି। ତେବେ ମୃତକମାନେ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ହେଲେ ଭୋଲାନାଥ ଯାଦବ(୩୪),ତାଙ୍କ ପତ୍ନୀ ନେନା ଯାଦବ (୩୦) , ଦୁଇ ଛୁଆ ପ୍ରମୋଦ(୧୨) ଓ ମୁକ୍ତା (୭) । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଭୋଲାନାଥ ଯାଦବ ନିଜ ପରିବାର ସହ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଛତିଶଗଡର ଟଣ୍ଡନବାଡିରେ ରହୁଥିଲେ। ସେଠାରେ ତାଙ୍କ ଶ୍ୱଶୁର ଘର ଥିବା ବେଳେ ସେ ଚାଷବାସ କରି ଚଳୁଥିଲେ । ଭୋଳାନାଥଙ୍କର ସମୁଦାୟ ୪ ପିଲା ଥିବା ବେଳେ ୨ ଜଣ ପାଖରେ ଥିବା ନିଜ ଅଜା ଘରେ ରହୁଥିଲେ। ଗତ ବୁଧବାର ଗାଁ ଲୋକେ ଭୋଲାନାଥଙ୍କ ଶବ ଗାଁରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିଦସ ପହଞ୍ଚି ଭୋଲାନାଥଙ୍କ ଶବ ଜବତ କରିଥିଲା। ଏହାପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଖୋଜାଖୋଜି ଆରମ୍ଭ କରି ପତ୍ନୀଙ୍କ ଶବ ଘର ଭିତରୁ ଉଦ୍ଧାର କରିଥିଲା। ୨ ଛୁଆ ପ୍ରମୋଦ ଓ ମୁକ୍ତାଙ୍କ ମୃତଦେହ ଘର ନିକଟ ଜମିରୁ ଊଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ସମସ୍ତଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଜଣାଯାଇଛି। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେବେ କିଏ ଓ କାହିଁକି ଏପରି ନିର୍ମମ କାଣ୍ଡ ଘଟାଇଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!