Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମମିତା ମେହେର ହତ୍ୟା ମାମଲାରେ କୋର୍ଟରେ ସାକ୍ଷି ଦେଲେ ମମିତାଙ୍କ ୨ ଭାଇ

by ସଞ୍ଜୟ ସ୍ୱାଇଁ
September 29, 2022
in Crime, State
ମମିତା ମେହେର ହତ୍ୟା ମାମଲାରେ କୋର୍ଟରେ ସାକ୍ଷି ଦେଲେ ମମିତାଙ୍କ ୨ ଭାଇ
24
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସାକ୍ଷି ଦେଲେ ମମିତାଙ୍କ ସାନ ଭାଇ ବଣ୍ଟି ମେହେର ଓ ସମ୍ପର୍କୀୟ ବଡ଼ଭାଇ ଉମେଶ ମେହେର। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ମମିତାଙ୍କ ସାନ ଭାଇ ବଣ୍ଟି ମେହେର ପ୍ରଥମେ ନିଖୋଜ ହେବାର ଏତଲା ସିନ୍ଧେକେଲା ଥାନାରେ ଏତଲା ଦେଇଥିବା ବେଳେ ସେ ସାକ୍ଷୀ ଭାବରେ ଉପସ୍ଥିତ ଥିଲେ। ମମିତା ମେହେରଙ୍କ ଦୁଇ ଭାଇଙ୍କ ସାକ୍ଷ ଗ୍ରହଣ କରାଯାଇଛି ବୋଲି ଏହି ମାମଲାକୁ ଲଢ଼ୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ର କହିଛନ୍ତି। ବଣ୍ଟି ମେହେରଙ୍କ ସାକ୍ଷ ପୁରା ହୋଇନଥିବା ବେଳେ ପୁଣି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସେ ଅଦାଲତରେ ହାଜର ହେବେ ବୋଲି ଓକିଲ କହିଛନ୍ତି। ଅନ୍ୟ ପକ୍ଷରେ ଏହି ମାମଲା ରେ ୧୬୯ ଜଣଙ୍କୁ ସାକ୍ଷ ଗ୍ରହଣ କରାଯାଇଥିବା ବେଳେ ଖୁବଶୀଘ୍ର ଏହି ମାମଲା ଶୁଣଣି ଶେଷ ହେବ ବୋଲି ସେ ଜଣାଇଛନ୍ତି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢ଼ୀଙ୍କ କହିବା ଅନୁସାରେ ଆଜି ୪ ଜଣ ସାକ୍ଷ ଗ୍ରହଣ କରାଯାଇ ଥିବା ବେଳେ ମମିତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନାହିଁ ଓ ତାଙ୍କର ଯତ୍ନ ନେବା ପାଇଁ ମମିତାଙ୍କ ମାଆ ସାଙ୍ଗରେ ଥିବା ଯୋଗୁ ସେମାନେ ଉପସ୍ଥିତ ହୋଇପାରି ନାହାନ୍ତି। ସାକ୍ଷ ଗ୍ରହଣ ଆରମ୍ଭ ହେବାର କିଛି ସମୟ ପରେ ବଲାଙ୍ଗୀର ଏସପି ନିତିନ କୁଶଳକର ଏଡିଜେ କୋର୍ଟରେ ଆରମ୍ଭରୁ ଶେଷ ଯାଏ ଉପସ୍ଥିତ ଥିଲେ। ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ କୌଣସି ପ୍ରତିକିୟା ଦେଇ ହେବନି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆମକୁ ଶୀଘ୍ର ନ୍ୟାୟ ମିଳିଲେ ଆମେ ନ୍ୟାୟିକ ପ୍ରକ୍ରିୟାରେ ସନ୍ତୁଷ୍ଟ ହେବୁ ବୋଲି ମମିତାଙ୍କ ସମ୍ପର୍କୀୟ ବଡ଼ ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉମେଶ ମେହେର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!