Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

by ସଞ୍ଜୟ ସ୍ୱାଇଁ
September 29, 2022
in Crime, State
ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ
253
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): IRB ଯବାନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ପତ୍ନୀଙ୍କୁ ମାଡ଼ ମାରି ଗର୍ଭ ନଷ୍ଟ କରିଦେଇଛନ୍ତି। ଏପରିକି ତାଙ୍କୁ ଘରୁ ତଡ଼ିଦେଇଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି IRB ଯବାନଙ୍କ ପତ୍ନୀ। ପୁଲିସ୍‌ଠାରୁ ନ୍ୟାୟ ନପାଇ ଆଜି ସେ କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଉ ନ୍ୟାୟ ଦେବା ପାଇଁ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ୨୦୧୫ ମସିହାର ଘଟଣା। ଟକେରିମାଲା ଗାଁର IRB ଯବାନ ଗୌରୀଶଙ୍କର ପ୍ରଧାନ ଜବରଦସ୍ତି ନଇମା ପ୍ରଧାନଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ପରମ୍ପରା ଅନୁସାରେ ବିବାହ କରିଥିଲେ। ପ୍ରାୟ ୪ ବର୍ଷ ଧରି ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ। ତେବେ ୪ ବର୍ଷ ତଳେ ହଠାତ୍‌ ନଇମାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ଯୌତୁକ ଦାବି କରି ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇ ୫ ମାସର ଗର୍ଭ ନଷ୍ଟ ହୋଇଯାଇଥିବା ନଇମା ଅଭିଯୋଗ କରିଛନ୍ତି। ତେବେ ନିର୍ଯାତନା ଅସହ୍ୟ ହେବାରୁ ୨୦୧୯ ମସିହାରେ ନଇମା ବାପ ଘରକୁ ଚାଲି ଯାଇଥିଲେ। ହେଲେ ଗୌରୀଶଙ୍କର ତାଙ୍କ ସ୍ତ୍ରୀ ନଇମାଙ୍କୁ ମାରିବା ପାଇଁ ବହୁବାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନଇମା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଇତି ମଧ୍ୟ ୩ ବର୍ଷ ବିତିଗଲାଣି। ସ୍ୱାମୀଙ୍କ ବିରୋଧରେ ବାରମ୍ୱାର ଥାନାରେ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ୍‌ ମାମଲା ରୁଜୁ କାରୁନାହିଁ। ଗୌରୀଶଙ୍କର ଯବାନ ହୋଇଥିବାରୁ ପୁଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଛି। ଶେଷରେ ଉପାୟଶୂନ୍ୟ ହୋଇ ନଇମା ଆଜି କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ଦେବା ପାଇଁ ସେ ନିବେଦନ କରିଛନ୍ତି। ତେବେ ଏ ବାବଦରେ IRB ଯବାନ ସ୍ୱାମୀ, ଦାରିଙ୍ଗବାଡି ଥାନାଧିକାରୀ କିମ୍ବା କନ୍ଧମାଳ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!