ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡ଼ା ଥାନା ଅଧୀନ ବଜରାପୁର ଗାଁରେ ବଧୂହତ୍ୟା ଅଭିଯୋଗ। ଚାନ୍ଦବାଲି ଥାନା ଅଧୀନ ମତୋ ଗାଁର ମୁରଲୀଧର ସାହୁଙ୍କ ଝିଅ ମିତାରାଣୀ ସାହୁ ବଜାରପୁର ଗାଁରେ ଦିଗମ୍ବର ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଯୌତୁକ ଓ ପାରିବାରିକ କଳହ ପାଇଁ ଭଉଣୀ ମିତାରାଣୀଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ମିତାରାଣୀଙ୍କ ଭାଇ ଶରତ କୁମାର ସାହୁ। ତେବେ ଖବର ପାଇ ବାଂଶଡ଼ା ଥାନାଧିକାରୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।





