ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ ନୂଆ ତରିକାରେ ଜୁଆ ଆଡ୍ଡା ଉପରେ ଚଢାଉ ଅନଲାଇନରେ ଲଟେରୀ ଭଳି ଚଳାଇଥିଲେ ଜୁଆ ଆଡ୍ଡା । କଲ୍ୟାଣୀ, ଶ୍ରୀଦେବୀ, ମାଧୁରୀ, ଟାଇମବଜାର କେପସନରେ ଚଳାଉଥିଲେ ସଟ୍ଟା। ୫ ଜଣ ଗିରଫ, ୪୪,୬୬୦ ଟଙ୍କା, ତିନୋଟି ମୋବାଇଲ୍ ଫୋନ୍, ଗୋଟିଏ ମୋଟର ସାଇକେଲ ଓ ସଟ୍ଟା ଖେଳ ସାମଗ୍ରୀ ଜବତ । ଏ ପର୍ୟ୍ୟନ୍ତ ପାର୍ବଣ ସମୟରେ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ ୭ ଲକ୍ଷ ଟଙ୍କା ଜବତ ହେବା ସହ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ପୂଜା ସମୟରେ ଟ୍ରାଫିକ୍ ବ୍ୟବସ୍ଥା ପ୍ରତି ବିହିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରସ୍ତୁତି ହୋଇଛି। ପୂଜା ମଣ୍ଡପ ଗୁଡିକରେ ସିସିଟିଭି ଲଗାଇବା ପାଇଁ କମିଟି ଗୁଡିକୁ କୁହାଯାଇଛି । ରାତି ୧୦ଟା ପର୍ୟ୍ୟନ୍ତ ଭକ୍ତ ଦର୍ଶନ କରିପାରିବେ। ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ରାତି ୧୦ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।





