ସମ୍ୱଲପୁର, (ବାଘୁଆବାର୍ତ୍ତା): ବିବାହ ପ୍ରତଶୃତି ଦେଇ ପ୍ରେମିକ ଠକିଦେଵାରୁ ଆତ୍ମହତ୍ୟା କରିଛି ପ୍ରେମିକା । ଧୋକାବାଜ ପ୍ରେମିକକୁ ଗିରଫ ଦାବିରେ ଗାଁ ଲୋକେ ଥାନା ଘେରାଉ କରିଛନ୍ତି । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ତୁରିପଡା ଗ୍ରାମର ପ୍ରିୟଙ୍କା ନାୟକଙ୍କର ସୋନପୁର ବିନିକା ଅଂଚଳର ସୁନିଲ ହରିଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଦୁହେଁ ବିବାହ ପାଇ ନିଷ୍ପତ୍ତି ନେଇଥିଲେ । ପରେ ପ୍ରେମିକ ସୁନିଲ ତାଙ୍କୁ ପ୍ରତାରଣା କରିବା ସହ ଧୋକା ଦେଇଥିଲା । ଯାହାକୁ ପ୍ରେମିକା ପ୍ରିୟଙ୍କା ସହି ନପାରି ଆତ୍ମହତ୍ୟା କରିଛନ୍ତି । ଧୋକାବାଜ ପ୍ରେମିକ ଓ ସହଯୋଗୀ ଵିରୋଧରେ ସଦର ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଗିରଫ କରିନଥିଲା । ଯାହାକୁ ନେଇ ଆଜି ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ସଦର ଥାନା ଘେରି ଉଭୟଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପରେ ପୋଲିସ ବୁଝାସୁଝା ପରେ ଧାରଣାରୁ ଗ୍ରାମବାସୀ ଓହରିଥିବା ଜଣାପଡ଼ିଛି ।





