ଜଗତସିଂହପୁର, (ବାଘୁଆବାର୍ତ୍ତା): କଟୁରୀରେ ଜଣଙ୍କ ହାତ ହାଣି ଅଲଗା କରିବା ଘଟଣାର ବିଚାର କରି ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ ଅନୁପ କୁମାର ଚନ୍ଦନ ବାଲିକୁଦା ଥାନା ନହରଣା ମାଙ୍କଡ଼ଖିଆ ଗ୍ରାମର ରାକେଶ ପରିଡ଼ାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି । ଜରିମାନା ଅନ।ଦେୟ ଅଧିକ ୬ ମାସ ଜେଲ ଭୋଗିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି । ୨୦୧୪ ମସିହାରେ ଦଶବାଟିଆ ଗ୍ରାମର ବିଶ୍ୱ ପ୍ରସାଦ ମହାନ୍ତିଙ୍କ ଶରୀରର କହୁଣୀ ପାଖରୁ ଗୋଟେ ହାତକୁ କଟୁରୀରେ ହାଣି ଅଲଗା କରିଦେଇଥିଲେ ରାକେଶ । ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତିକରି ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ କ୍ୟାଡର ପିପି ନଳିନୀ କାନ୍ତ ମହାରଣା ।





