ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁରରେ ପୁଣି ଧରପଡ଼ିଲା ଧଳା ଜହର। ଜଣେ ମହିଳା ସୁକାନ୍ତି ବେହେରାଙ୍କ ଠାରୁ ୧୨୭ ଗ୍ରାମର ବ୍ରାଉନସୁଗର ଓ ୧୧ ହଜାର ଟଙ୍କା ଜବତ ହୋଇଛି। ତାଙ୍କୁ ଗିରଫ କରାଯାଇଥିବା ଅବକାରୀ ଗୁଇନ୍ଦା ଡେପୁଟି କମିଶନର ଅଶୋକ ଶତପଥୀ ସୂଚନା ଦେଇଛନ୍ତି। ସୁକାନ୍ତି ସିଟି ହସ୍ପିଟାଲ ଆଗରେ ଫଳ ବିକ୍ରି କରୁଥିଲେ। ଅତି ଚାଲକର ସହ ଦୋକାନରେ ବ୍ରାଉନସୁଗର ପୁଡ଼ିଆ କରି ବିକ୍ରି କରୁଥିଲେ। ଆଜି ଅବକାରୀ ଗୁଇନ୍ଦା ଟିମ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଥିଲା। ସୁକନ୍ତିଙ୍କ ଝିଅ ଜଣେ ପୁଲିସ କନେଷ୍ଟବଳ ବୋଲି ଜଣାପଡିଛି। ପୂର୍ବରୁ ସହରରେ ଶହେ ଗ୍ରାମ ଓ ୧୧୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା।





