Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସିଲା ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ

by ସଞ୍ଜୟ ସ୍ୱାଇଁ
September 26, 2022
in Crime, State
ଆସିଲା ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ
15
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ର ସାହୁଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନ ବାଲକୋନିରୁ ମିଳିଥିଲା । ତେବେ ମୃତ୍ୟୁର ପଛର କାରଣ ଏନେଇ ସ୍ପଷ୍ଟ ହୋଇନି । ମୃତ୍ୟୁର କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ଉଦାସ, ବିଚଳିତ ଥିବା ଜଣାପଡ଼ୁଥିଲା। ମାତ୍ର ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜ ବ୍ୟକ୍ତିଗତ ଜୀବନରେ ଉଠୁଥିବା ଝଡ଼ଝଞ୍ଜା ସମ୍ପର୍କରେ ସେ ସାମାନ୍ୟ ଆଭାସ ଦେଇଥିଲେ। ଏହାପରେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଫେସବୁକ୍‌ରେ କରିଥିବା ପୋଷ୍ଟରୁ ମୋ’ ୨ଟି ମୋବାଇଲରୁ ବହୁ କିଛି ତଥ୍ୟ ପାଇପାରିବେ ବୋଲି ବି ଉଲ୍ଲେଖ କରିଥିଲେ। ଏହାପରେ ପୁଲିସ୍‌ ସନ୍ଧାନୀ କୁକୁର ସହାୟତାରେ ବହୁ ଖୋଜାଖୋଜି କରି ଘରଠୁ ଶହେ ମିଟର ଦୂର ଏକ ବିଲରୁ ତାଙ୍କର ୨ଟି ମୋବାଇଲ ଉଦ୍ଧାର କରିଥିବା ବେଳେ ତାହା ସୁଇଚ ଅଫ୍‌ ଥିବା ଜଣାପଡ଼ିଥିଲା। ଉକ୍ତ ୨ଟି ଫୋନ୍‌ର ଫରେନସିକ ଟେଷ୍ଟ ନିମନ୍ତେ ଲ୍ୟାବକୁ ପଠାଯାଇଥିବା ଜଣାଯାଇଛି। ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ସେ ନିମାପଡ଼ା ଅଞ୍ଚଳରେ ଜଣେ ଜଣାଶୁଣା, ଟାଣୁଆ ନେତା ଥିଲେ। ସେ ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ସେ ବିଜେଡି ଟିକେଟରେ ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପତ୍ନୀ ଓ ପୁଅଙ୍କ ସହ ଭୁବନେଶ୍ୱରରେ ରହୁଥିଲେ । ତେବେ ଟଙ୍କା ଓ ମଦ ପାଇଁ ତାଙ୍କ ପରିବାରରେ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଥିଲା ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ ତାଙ୍କ ଶ୍ୱଶୁର। ଏପରିକି ଜ୍ୱାଇଁ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ଝିଅକୁ ନିର୍ୟାତନା ଦେଉଥିବା କହିଥିଲେ। ତେବେ ଝିଅଜ୍ୱାଇଁଙ୍କ ଘର ସଜାଡ଼ିବା ପାଇଁ ଏନେଇ ସେ ଥାନାରେ କେବେ ଅଭିଯୋଗ କରି ନ ଥିବା ସେ କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!