Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
September 25, 2022
in Crime, State
କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
65
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ପୋଲିସକୁ ପୁଣି ସଫଳତା । କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ବାହାର ରାଜ୍ୟରୁ ଆସୁଛନ୍ତି ଗଞ୍ଜେଇ ମାଫିଆ । କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ଏକ ନମ୍ବର ବିହୀନ କାର୍ ପଞ୍ଚର ହୋଇ ବାଡ଼ପଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ରହିଥିବା ଦେଖିବାକୁ ପାଇଥିଲା । ପୋଲିସ ସନ୍ଦେହ କରି କାର ନିକଟରେ ଦୀର୍ଘ ସମୟ ଅପେକ୍ଷା କରିଥିଲା । କିନ୍ତୁ କେହି ନଆସିବା ଦେଖି କାରଟିକୁ ଲମତାପୁଟ ଫାଣ୍ଡିକୁ ଆଣିଥିଲା ପୋଲିସ । ଏହାପରେ ସ୍ଥାନୀୟ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୩ ଟି ବସ୍ତାରୁ ବିପୁଳ ଗଞ୍ଜେଇ ବାହାରିଥିଲା । କାରରୁ ପ୍ରାୟ ୮୦ କେଜି ଗଞ୍ଜେଇ ମିଳିଥିବା ବେଳେ ଏହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ମାଛକୁଣ୍ଡ ପୋଲିସ ଚଳିତ ବର୍ଷ ଜାନୁଆରୀ ମାସରୁ ଏ ପର୍ୟ୍ୟନ୍ତ ୨୨ଟି ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ କରିଥିବା ବେଳେ ୪୦ ଜଣଙ୍କୁ ଗିରଫ କରିଛି । ଏବଂ ୧୧ ଟନ୍ ରୁ ଅଧିକ ଗଞ୍ଜେଇ ଜବତ କରିଛି । ଚୋରା ଚାଲାଣରେ ବ୍ୟବହାର ହୋଇଥିବା ୧୬ ଟି ଗାଡ଼ି ମଧ୍ୟ ଜବତ କଲାଣି ମାଛକୁଣ୍ଡ ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!