ଭୁବନେଶ୍ବର, (ବାଘୁଆବାର୍ତ୍ତା): ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଅବକାରୀ ଟିମ୍ ଗିରଫ କରିଛି । । ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥ କର, ସରୋଜ ନାୟକ , ବିପିନ ନାୟକ, ଜିତୁ ଦଣ୍ଡସେନା । ଶନିବାର ସକାଳେ ଅବକାରୀ ଟିମ୍ ପାଟ୍ରୋଲିଂ କରୁଥିବା ସମୟର କିଛି ଗଞ୍ଜେଇ ପ୍ୟାକେଟ ହୋଇ ଏକ ଗୁପ୍ତ ସ୍ଥାନରେ ଚାଲାଣ କାରି ରଖିଥିଲେ । ଅବକାରୀ ଟିମ୍ର ସନ୍ଦେହ ହେବାରୁ ସେଠାକୁ ଯାଇ ଚେକ୍ କରିବା ପରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ଏଗୁଡିକ ସବୁ ବସ ରେ ଚାଲାଣ କରିବାକୁ ରଖିଥିଲେ ।





