ବଲାଙ୍ଗୀର, (ବାଘୁଆବାର୍ତ୍ତା): ଚୋରା କାଠ ଚାଲାଣ ହେଉଥିବା ବେଳେ ଜବତ କଲା ବନବିଭାଗ। ଶୁକ୍ରବାର ରାତି ୯ ଟା ବେଳେ ଡିଏଫ୍ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜ ଷ୍ଟାଫ୍ ଫରେଷ୍ଟର ବ୍ୟାସଦେବ ସାହୁ,ରାମଚନ୍ଦ୍ର ନାଏକ,ଫରେଷ୍ଟ ଗାର୍ଡ ବସନ୍ତ ମହାକୁର,ଜ୍ୟୋତି ରଞ୍ଜନ ବଗର୍ତ୍ତି, ପାରା ଷ୍ଟାଫ୍ ସଞ୍ଜୀବ ପୋଢ଼ ଏବଂ ଶତ୍ରୁଘନ ବଗର୍ତ୍ତି ଚୋରକଠା ଚାଲାଣ ହେଉଥିବା ସ୍ଥାନକୁ ଯାଇ ଜବତ କରିଥିଲେ । ସୂଚନା ଅନୁସାରେ ଗତକାଲି ରାତି ୯ ଟା ବେଳେ ନାଇଟ ପାଟ୍ରୋଲିଂ ସମୟରେ ୨୪ ଗୋଟି ଶାଳ କାଠ ମହିନ୍ଦ୍ରା ଟ୍ରାକ୍ଟର ନମ୍ବର ଓଡ଼ି ୦୩ -୫୫୨୯ ଗାଡ଼ିରେ ହରିପାଲିରୁ ଚନ୍ଦନଭାଟି ଆସୁଥିବା ବେଳେ ଦୂଆନପାଲି ଗ୍ରାମ ନିକଟରେ ଧରାପଡ଼ିଥିଲା । ଗାଡ଼ିର ଡ଼୍ରାଇଭର ଏବଂ ମାଲିକ ଫେରାର ହୋଇଯାଇଥିଲେ । ଗାଡ଼ିକୁ ବଲାଙ୍ଗୀର ରେଞ୍ଜ ଅଫିସକୁ ଆଣି ତଦନ୍ତ କରୁଛି ବନ ବିଭାଗ।





