Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେହ ବ୍ୟବସାୟ ପାଇଁ ରାଜୀ ନହେବାରୁ ବିଜେପି ନେତାଙ୍କ ପୁଅ ଅଙ୍କିତାଙ୍କୁ ମାରିଦେଲେ

by ସଞ୍ଜୟ ସ୍ୱାଇଁ
September 24, 2022
in Crime, NATIONAL NEWS
ଦେହ ବ୍ୟବସାୟ ପାଇଁ ରାଜୀ ନହେବାରୁ ବିଜେପି ନେତାଙ୍କ ପୁଅ ଅଙ୍କିତାଙ୍କୁ ମାରିଦେଲେ
189
VIEWS
Share on FacebookShare on Twitter

ଡେରାଡୁନ୍‌, (ବାଘୁଆବାର୍ତ୍ତା): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଉତ୍ତରାଖଣ୍ଡରେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡର ଗୁମର ଖୋଲୁଛି। ନିଖୋଜ ଥିବା ସମ୍ପୃକ୍ତ ଯୁବତୀଙ୍କ ମୃତ ଦେହକୁ ସେ କାମ କରୁଥିବା ରିସର୍ଟ ନିକଟରୁ ଉଦ୍ଧାର କରାଯାଇଛି। ସେହି ରସର୍ଟକୁ ଭଙ୍ଗାଯିବା ବେଳେ ସେହି ନିକଟରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୁଲିସ। ପୁଲିସ ଚିଲାପାୱାର ହାଉସ୍ ନିକଟରୁ ଯୁବତୀଙ୍କ ମୃତ ଦେହ ଜବତ କରିଛି। ତାଙ୍କ ଶବ ‌ଖୋଜି ବାହାର କରିବା ପାଇଁ ରାଜ୍ୟ ପ୍ରଶାସନ ରାଜ୍ୟ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଫୋର୍ସ ମୁତୟନ କରିଥିଲା। ଶବ ଖୋଜି ବାହାର କରିବା ଲାଗି ଗଙ୍ଗା ନଦୀରେ ଥିବା ପଶୁଲୋକ ବ୍ୟାରେଜ୍‌ ଖୋଲିବା ପାଇଁ ପୁଲିସ ରାଜ୍ୟ ସରକାଙ୍କୁ କହିଥିଲା। ଏହି ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୁଲିସ ରେଣୁକା ଦେବୀଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ ହୋଛି। ଏହି ଘଟଣାରେ ଗଭୀର ଭାବେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡର ଋସିକେଶ ପୌରି ଗରହୱାଲରା ଥିବା ଚିଲାପାୱାର ହାଉସ୍ ରିସର୍ଟର ରିସ୍ପେସନିଷ୍ଟ ଭାବେ କାମ କରୁଥିବା ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ରିସର୍ଟ ମାଲିକ ତଥା ବିଜେପି ନେତା ପୁଅ ପୁଲକିତ୍‌ ଆର୍ୟ୍ୟ, ମ୍ୟାନେଜର ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ପୁଲିସ ନିକଟରେ ଉଭୟ ପୁଲକିତ ଏବଂ ଯୁତୀଙ୍କକ ପରିବାର ଳୋକେ ଏକ ନିଖୋଜ ଏତଲା ଦେଇଥିଲେ। କିନ୍ତୁ ସମ୍ପୃକ୍ତ ଯୁବତୀଙ୍କୁ ପୁଲକିତ ଏବଂ ତାଙ୍କ ସହଯୋଗୀ ହତ୍ୟା କରିଥିବା ପୁଲିସ କହିଛି। ପୁଲକିତଙ୍କ ରିସର୍ଟଙ୍କୁ ଭାଙ୍ଗି ଦିଆଯାଇଛି। ସମ୍ପୃକ୍ତ ଯୁବତୀଙ୍କ ହତ୍ୟାକକାଣ୍ଡ ମାମଲାରେ ପୁଲକିତଙ୍କ ନାମ ଆସିବା ପରେ ରାଜ୍ୟ ସରକାର ତାଙ୍କ ରିସର୍ଟ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯୁବତୀଙ୍କ ହତ୍ୟା ପରେ ରାଜ୍ୟବ୍ୟାପି ଜୋରଦାର ବିକ୍ଷୋଭ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା। ଏହା ପରେ ପୁଲକିତଙ୍କୁ ଗିରଫ କରାଯିବା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ତାଙ୍କ ରିସର୍ଟ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲକିତ ହେଉଛନ୍ତି ହରିଦ୍ୱାରର ବିଜେପି ନେତା ବିଦୋଦ ଆର୍ୟ୍ୟଙ୍କ ପୁତ୍ର। ୬ ଦିନ ହେବ ନିଖୋଜ ହୋଇଯାଇଥିବା ୧୯ ବର୍ଷୀୟ ତରୁଣୀ ପୁଲକିତଙ୍କ ରିସର୍ଟ’ରେ ରିସେପ୍ସନିଷ୍ଟ୍‌ ଥିଲେ। ସେ ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ପରିବାର ଲୋକେ ଓ ପୁଲକିତ ଥାନାରେ ଅଭିଯୋଗ କରିଥିଲେ। ଅଙ୍କିତାଙ୍କୁ ପୁଲକିତ ଓ ତାଙ୍କର ଦୁଇ ଜଣ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଜଣଙ୍କୁ ପୁଲକିତ ଦୀର୍ଘ ଦିନ ହେଲା ଦେହ ବେପାରରେ ନିୟୋଜିତ ହେବାକୁ ପ୍ରସ୍ତାବ ଦେଇ ଆସୁଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ପୁଲିସ୍‌ ଘଟଣାର ତଦନ୍ତ କରି ପୁଲକିତ ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!