ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଜଣେ ଯୁବକକୁ ଗୁଳି କରି ହତ୍ୟା । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଲକ ରାସଙ୍ଗ ଗ୍ରାମର କହ୍ନେଇ ଚରଣ ରାଉତ ଙ୍କ ପୁଅ ରଜତ ରାଉତ ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରଜତ ଆଜି ସକାଳୁ ଟ୍ରାକ୍ଟର ନେଇ ବାହାରକୁ ଆସିଥିଲେ । ଘରକୁ ନଆସିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ପାଟିକଟା ଜଙ୍ଗଲ ମଧ୍ୟରେ ଯୁବକ ଙ୍କ ମୃତ ଦେହ ପଡ଼ିଥିଲା ଏହା ପାଖରେ ଏକ ଦେଶୀ ବନ୍ଧୁକ ପଡ଼ିଥିବାର ଦେଖିବାକୁ ମିଳିଛି । ଉକ୍ତ ଯୁବକଙ୍କୁ କିଏ ହତ୍ୟା କରି ଫେରାର ହୋଇଯାଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ କରିଛି ।





