ଜିଲ୍ଲା ପରିଷଦ ଦ୍ୱିତୀୟ ସାଧାରଣ ଅଧିବେଶନ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ଦ୍ୱିତୀୟ ସାଧାରଣ ଅଧିବେଶନ ଆଜି ସୃଜନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭର୍ଚୁଆଲ ଯୋଗେ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗ ଦେଇଥିବା ବେଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଉପଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ମନରେ ହୀନମନ୍ୟତା ରହୁଥିବା କହିଥିଲେ। ନିଜର କିଛି ଦାୟିତ୍ଵ ନଥିବା ମନେ କରନ୍ତି । ଏହି ହୀନ ମନ୍ୟତା ପରିତ୍ୟାଗ କରି ନିଜକୁ ଗୁରୁତ୍ଵପୂର୍ଣ୍ଣ ମନେ କରିବା ଆବଶ୍ୟକ ବୋଲି ଆହ୍ଵାନ ଦେଇଥିଲେ।

ନୟାଗଡ଼ ବିଧାୟକ ଡ. ସାହୁ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବିଧାନ କ୍ଷମତା ମଧ୍ୟରେ କାମ କରିବାକୁ ପଡ଼େ ବୋଲି କହିଥିଲେ। ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧିର ଗୁରୁତ୍ଵ ରହିଛି। ସମସ୍ତ ବିଷୟକୁ ପଢ଼ି, ବୁଝି କାମ କରିବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲାକୁ ଆଗକୁ ନେବା ପାଇଁ ହେଲେ ନିର୍ବାଚିତ ପ୍ରତିନିଧିଙ୍କୁ କଠିନ ପରିଶ୍ରମ କରିବାକୁ ପଡେ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଅଧକ୍ଷ ଓ ଉପାଧ୍ୟକ୍ଷ ଯୋଗ ଦେଇଥିଲେ।






