Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷୟିତ୍ରୀଙ୍କୁ ହାଣି ପକାଇଲେ ୩ ଲୁଟେରା

by ସଞ୍ଜୟ ସ୍ୱାଇଁ
September 21, 2022
in Crime, State
ଶିକ୍ଷୟିତ୍ରୀଙ୍କୁ ହାଣି ପକାଇଲେ ୩ ଲୁଟେରା
222
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଲୁଟ୍‌ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ହାଣି ପକାଇଲେ ଲୁଟେରା। ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଜଣକ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ବାଲେଶ୍ୱର ରେମୁଣା ବ୍ଲକ ନରହରିପୁର ବାଇପାସ୍ ନିକଟରେ ଏହି ଅଘଟଣ ଘଟିଛି। ବାଇକ୍ ଆରୋହୀ ୩ ଲୁଟେରା ଆକ୍ରମଣ କରିଥିବା ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ଶିକ୍ଷୟିତ୍ରୀ ଜଣକ ରେମୁଣା ଦିଖାପଦା ୟୁପି ସ୍କୁଲର ହରପ୍ରିୟା ନାୟକ। ସେ ଅପରାହ୍ନ ପ୍ରାୟ ୪ଟା ୪୦ ସମୟରେ ସ୍କୁଲରୁ ସ୍କୁଟିରେ ଫେରିବା ବେଳେ ବାଟରେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଏନେଇ ଶିକ୍ଷୟିତ୍ରୀ ଜଣକ କହିଛନ୍ତି, ସେ ସ୍କୁଟିରେ ଖୁବ୍ ଦୃତଗତିରେ ଆସୁଥିବା ବେଳେ ୩ ବାଇକ୍ ଆରୋହୀ ହଠାତ୍ ଗାଡ଼ି ରୋକିବାକୁ ଚେଷ୍ଟା କରିଥିଲେ। ସ୍କୁଟିକୁ ବ୍ରେକ୍ ଦେବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଟଣା ଓଟରା କରିଥିଲେ। ତାଙ୍କ ହେଲମେଟ କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସେ ହାତରେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାତକୁ ହାଣି ଦେଇଥିଲେ। ସେ ଚିତ୍କାର କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରୁ ଲୋକ ଆସିଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପରେ ବାଟୋଇଙ୍କ ସହାୟତା କ୍ରମେ ଏଠାରୁ ଅଧ କିଲୋମିଟର ଦୂର ଘରେ ପହଞ୍ଚିବା ପରେ ସେଠାରୁ ପରିବାର ଲୋକେ ଡାକ୍ତରଖାନା ଆଣିଥିଲେ। ୩ ଦୁର୍ବୃତ୍ତ ମୁଖା ପିନ୍ଧି ଆସିଥିବାରୁ ସେମାନଙ୍କ ମୁହଁ ଦେଖି ପାରି ନ ଥିବା ଆହତ ଶିକ୍ଷୟିତ୍ରୀ କହିଛନ୍ତି। ଘଟଣା ସମ୍ପର୍କରେ ସେ ପୁଲିସରେ ଏତଲା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!