Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟିପତି ଅତିରିକ୍ତ ତହସିଲଦାର, ୨୧ ପ୍ଲଟ ସମେତ ୬ ଘର ସମ୍ପତ୍ତି ଠାବ

by ସଞ୍ଜୟ ସ୍ୱାଇଁ
September 21, 2022
in Crime, State
କୋଟିପତି ଅତିରିକ୍ତ ତହସିଲଦାର, ୨୧ ପ୍ଲଟ ସମେତ ୬ ଘର ସମ୍ପତ୍ତି ଠାବ
113
VIEWS
Share on FacebookShare on Twitter

ସୁନ୍ଦରଗଡ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ତଦନ୍ତ ବେଳେ ଏହି ଅତିରିକ୍ତ ତହସିଲଦାରଙ୍କ ନାମରେ ୨୧ଟି ପ୍ଲଟ୍ ଥିବା ଜଣାପଡ଼ିଛି। ଶ୍ରୀ ପଟେଲଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ବେଳେ ୨ଟି ବହୁତଳ କୋଠା, ୪ଟି ବାସୋପଯୋଗୀ ଘର ସମେତ ୨୧ଟି ପ୍ଲଟ ଠାବ ହୋଇଛି। ତାହା ସହ ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୨ଟି ଟ୍ରେଲର, ୩ଟି ବାଇକ୍ ଠାବ ହୋଇଛି। ସମସ୍ତ ଜମିଜମା ସୁନ୍ଦରଗଡ଼ ଅଞ୍ଚଳରୁ ଠାବ କରାଯାଇଛି। ବ୍ୟାଙ୍କ ଜମା, ବୀମା ଓ ଗହଣା ଆଦି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଭିଜିଲାନ୍ସ ପକ୍ଷରୁ ଶ୍ରୀ ପଟେଲଙ୍କ ଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ଠିକଣାରେ ଚଢ଼ାଉ କରିଥିଲା। ଯାହା ଭିତରେ ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା ଘର, ଲେଫ୍ରିପଡ଼ାର ତିନି ମହଲା ଘର ଏବଂ ଡୁମାବାହାଲର ତିନିଟି ଘରେ ରେଡ୍ ଚାଲିଛି। ସେପଟେ ହେମଗିରି ତହସିଲରେ ଶ୍ରୀ ପଟେଲ ଅତିରିକ୍ତ ତହସିଲଦାର ଥିବା ବେଳେ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପରେ ଜମି ହରାଇଥିବା ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। କେବଳ ଜଣେ ହିତାଧିକାରୀଙ୍କର କ୍ଷତିପୂରଣ ବାବଦକୁ ମିଳୁଥିବା ୭୧ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଶ୍ରୀପଟେଲଙ୍କ ମତାମତ ମିଳିପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!