ନୟାଗଡ଼, (ବାଘୁଆବାର୍ତ୍ତା): ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୮ କେଜି ହରିଣ ମାଂସ ଜବତ କରିବା ସହ ଦୁଇ ଗୋଟି ବାଇକ କୁ ଜବତ କରିଛି । ଏଥି ସହିତ ୩ ଜଣଙ୍କୁ ଗିରଫ କରିଛି । ଶରଣକୁଳ ରେଞ୍ଜ ପକ୍ଷରୁ ଚଢ଼ଉ କରାଯାଇ ଉକ୍ତ ଜିନିଷ ଜବତ କରାଯାଇଛି । ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଆର୍ଯ୍ୟ ସମାଜରୁ ଆରେଡା ରାସ୍ତା ମଧ୍ୟରେ ଯାଉଥିବା ୩ ଆସାମୀ ଙ୍କୁ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ପେଟାପଲ୍ଲୀ ଗ୍ରାମର ରବିନ୍ଦ୍ର କୁମାର ନାୟକ, ଅରଖ ପଲ୍ଲୀ ଗ୍ରାମର ସତ୍ୟବାନ ମହାରଣା ଓ ପେଟାପଲ୍ଲୀ ଗ୍ରାମର ରଞ୍ଜନ ବେହେରା ଙ୍କୁ ବନ ବିଭାଗ ଗିରଫ କରିଛି ।





