Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧୋକା ଦେଲା ପ୍ରେମିକ, ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ

by ସଞ୍ଜୟ ସ୍ୱାଇଁ
September 21, 2022
in Crime, State
ଧୋକା ଦେଲା ପ୍ରେମିକ, ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ
59
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ପ୍ରତାରଣା । ନଅ ମାସର ଗର୍ଭବତୀ ଯୁବତୀ ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛି। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପିପଲପଦର ଗାଁରେ ଦେଖିବାକୁ ମିଳିଛି। ଗାଁର ବୃନ୍ଦାବନ ଛତ୍ରିଆଙ୍କ ଝିଅ ସେହି ଗାଁର ସୁମନ୍ତ ଭୋଇ ପରସ୍ପରକୁ ଦୀର୍ଘ ଛଅ ବର୍ଷ ହେଲା ଭଲ ପାଉଥିଲେ । ହେଲେ ଶେଷରେ ପ୍ରେମିକ ସୁମନ୍ତ ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରତାରଣା କରୁଛି। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହେବା ପରେ ମୋର କେହି କିଛି କରିପାରିବେନି ବୋଲି ପ୍ରେମିକ ଫୋନରେ କହିଛି। ବଲାଙ୍ଗୀର ଜିଲ୍ଳା ଦେଓଗାଁ ବ୍ଲକ ପିପଲପଦର ଗାଁର ସୁମନ୍ତ ଭୋଇ ନାମକ ଯୁବକ ସେହି ଗାଁର ଜଣେ ଯୁବତୀ ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଦୁଇ ଜଣଙ୍କ ଘର ଗୋଟିଏ ଗାଁର ହୋଇଥିବାରୁ ନିର୍ଦ୍ୱନ୍ଦରେ ସେମାନେ ପରସ୍ପର ସହ ମିଶୁଥିଲେ। ଏପରିକି ଉଭୟଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ବାରମ୍ବାର ମିଳାମିଶା ଯୋଗୁଁ ପୂର୍ବରୁ ଯୁବତୀ ଜଣକ ଦୁଇଥର ଗର୍ଭବତୀ ହୋଇଥିଲେ। ବିବାହ ହୋଇ ନଥିବାରୁ ଗର୍ଭ ନଷ୍ଟ କରି ଦିଆଯାଇଥିଲା। ଏବେ ପୁଣି ୯ ମାସର ଗର୍ଭବତୀ। ପେଟରେ ଛୁଆ ବଢୁଛି। ମାତ୍ର ଛୁଆ ବାପାର ପରିଚୟ ପାଇଁ ବାରଦୁଆର ଶୁଣ୍ଢି ପିଟା ହେଉଛି ନଅ ମାସର ଗର୍ଭବତୀ କୁଆଁରି ମାତୃତ୍ୱ। ପୀଡ଼ୀତା ଜଣଙ୍କ ନିଜ ଗର୍ଭସ୍ଥ ଶିଶୁକୁ ବାପାର ପରିଚୟ ପାଇଁ ଦାବିକରୁଥିବା ବେଳେ ଏବେ କିନ୍ତୁ ସୁମନ୍ତ ଭୋଇ ବିବାହ କିମ୍ବା ଯୁବତୀକୁ ରଖିବାକୁ ମନା କରୁଛି। ନ୍ୟାୟ ପାଇଁ ଯୁବତୀ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଯୁବକଙ୍କୁ ଗିରଫ କରିବା ବଦଳରେ ସମ୍ପୃକ୍ତା ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସଖି ସେଣ୍ଟରରେ ଛାଡ଼ି ଦେଇଥିଲେ। ଯୁବତୀ ଜଣକ ସଖୀ ସେଣ୍ଟରରେ କିଛି ଦିନ ରହିବା ପରେ ଏବେ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଥାନାରେ ଅଭିଯୋଗ ହୋଇଥିଲେ ବି ବେଫିକର ହୋଇ ପ୍ରେମିକ ସୁମନ୍ତ ଭୋଇ ବୁଲୁଛି। ଏନେଇ ଯୁବତୀ ଜଣକ କୋର୍ଟରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସୁମନ୍ତ ମନା କରିବା ସହିତ ଥାନାରେ ଅଭିଯୋଗ କଲେ କି କାହାକୁ ଜଣାଇଲେ ମଧ୍ୟ ତାର କିଛି ଫରକ ପଡିବ ନାହିଁ ବୋଲି କହିଛି। ସେ ଆହୁରି କହିଛି ମୁଁ ଜେଲ ଗଲେ ମଧ୍ୟ ଟଙ୍କା ଖର୍ଚ୍ଚ କରି ବାହାରି ଯିବି, ଫସିବୁ ତୁ, ଲୋକ ତୋତେ ଟାହିଟାପରା କରିବେ। ମୋର କିଛି ହେବନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!