ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ରୋଡ଼ ଥାନା ପନାଶିଆ ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ବିହାର ଅଞ୍ଚଳର ଜିତେନ୍ଦ୍ର ସାହାଣୀ ଓ ତାଙ୍କ ସ୍ତ୍ରୀ ଗତ କିଛିଦିନ ହେବ ବ୍ୟାସନଗର ପୌରାଞ୍ଚଳର ପନାସିଆ ମଣି ଛକରେ ରହି ଗୁପଚୁପ ବ୍ୟବସାୟ କରୁଥିଲେ। ତେବେ ଆଜି ସକାଳୁ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଅପରାହ୍ନରେ ସ୍ୱାମୀ ଗୁପଚୁପ୍ ବିକ୍ରି ପାଇଁ ବଜାରକୁ ଯାଇଥିବା ସମୟରେ ତାଙ୍କ ସ୍ତ୍ରୀ ଘରେ ଆତ୍ମହତ୍ୟା କରିଥିବା ପଡ଼ିଶା ଲୋକେ ତାଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। ଖବର ପାଇ ଜିତେନ୍ଦ୍ର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେପଟେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।





