ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ ତେଣ୍ଡା ବାଡି ଗ୍ରାମପଞ୍ଚାୟତ ଅଧୀନ ପଙ୍କାଳ ସାହି ଗ୍ରାମ ନିକଟରେ ଥିବା ପାହାଡ଼ ଟିକୁ ସରକାର ଙ୍କ ପକ୍ଷ ରୁ ନିଲାମ କରାଯାଇଥିବାବେଳେ ପାହାଡ଼ ଉପରେ ପ୍ରତ୍ୟେକ ଦିନ ବାଣ ଏବଂ ମେସିନ ଦ୍ଵାରା ପଥର ଫୁଟା ଯାଉଛି ଯାହାଫଳରେ ଗ୍ରାମ ଠାରୁ ଅଳ୍ପ ଦୂରରେ ହୋଇଥିବା ଗ୍ରାମରେ ପଥର ଖଣ୍ଡ ପଡ଼ିବା ସହ ଛାତ ଘର କାନ୍ଥ ରେ ବଡ଼ ବଡ଼ ଫାଟ ସୃଷ୍ଟି ହେବାରେ ଲାଗିଛି ଓ ଗୋରୁ ଗାଈମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ସମସ୍ତେ ଭୟଭୀତ ହୋଇ ଜୀବନ ଅତିବାହିତ କରୁଛନ୍ତି । ଗ୍ରାମ ର ସମସ୍ତ ସଦସ୍ୟ ମାନେ ଦଶପଲ୍ଲା ତହସିଲଦାର୍ ଙ୍କୁ ଏହି ବିଷୟରେ ଲିଖିତ ଭାବେ ଅଭିଯୋଗ କରିବା ସହ ଫାଟ ସୃଷ୍ଟି ହୋଇଥିବା କାନ୍ଥ, ଛାତ ର ଫଟୋ ମଧ୍ୟ ପ୍ରଦାନ କରିଛନ୍ତି ।





