Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ କାର୍‌ର ଡୋର, ଡିକି ଏବଂ ଗ୍ୟାସ୍ ସିଲିଣ୍ଡର ଭିତରେ ଦିଲ୍ଲୀ ଯାଉଥିଲା ଗଞ୍ଜେଇ

by ସଞ୍ଜୟ ସ୍ୱାଇଁ
September 17, 2022
in Crime, State
ଗୋଟିଏ କାର୍‌ର ଡୋର, ଡିକି ଏବଂ ଗ୍ୟାସ୍ ସିଲିଣ୍ଡର ଭିତରେ ଦିଲ୍ଲୀ ଯାଉଥିଲା ଗଞ୍ଜେଇ
21
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗ୍ୟାସ୍ ସିଲିଣ୍ଡର କାଟି ଭିତରେ ଗଞ୍ଜେଇ ପୂରାଇ ଚୋରା ଚାଲାଣ କରୁଥିଲେ। ଖାଲି ଗ୍ୟାସ୍ ସିଲିଣ୍ଡର ନୁହେଁ, ପୂରା ଗୋଟିଏ କାର୍‌ର ଡୋର, ଡିକି ପ୍ରଭୃତିକୁ କାଟି ସିକ୍ରେଟ ଚାମ୍ବର ଭାବେ ବ୍ୟବହାର କରିଥିଲେ। ସବୁଠି ଖଞ୍ଜା ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ। ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲଣକାରୀ ରାକେଟ ଧରାପଡ଼ିବା ପରେ ଅବକାରୀ ବିଭାଗ ତାଜୁବ୍ ହୋଇଛି। ପୁଲିସ ଡାଳେ ଡାଳେ ଗଲେ ଚୋରମାନେ ପତ୍ରେପତ୍ରେ ଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ ଏହି ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିଛି ଅବକାରୀ ସଦର୍ଣ୍ଣ ଡିଭିଜନ। ଡିଭିଜନର ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଅବକାରୀ ଟିମ୍ ଏହି ଚଢ଼ାଉ କରିଥିଲା। ଡେପୁଟି କମିଶନର ଅଶୋକ ଶତପଥୀଙ୍କ ସୂଚନା ମୁତାବକ, ଗଜପତି ଜିଲ୍ଲାରୁ ଦଲ୍ଲୀକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଜି ସକାଳୁ ଏ ସମ୍ପର୍କରେ ଖବର ମିଳିଥିଲା। ଖବରକୁ ଆଧାର କରି ଚଢ଼ାଉ ହୋଇଥିଲା। ଅବକାରୀ ଓ ପୁଲିସ ବିଭାଗର ଯାଞ୍ଚରେ ଧରା ନ ପଡ଼ିବା ପାଇଁ ଦୁର୍ବୁତ୍ତମାନେ ଗଞ୍ଜେଇ ଚାଲାଣରେ ଏକ ଦାମୀ ଓ୍ୱାଗ୍ନର କାର ବ୍ୟବହାର କରିଥିଲେ। ଏହି କାରର ୪ଟି ଡୋର, ଆଗ ଓ ପଛ ସିଟ, ବ୍ୟାକ ଡିକି ସବୁଥିରେ ସିକ୍ରେଟ୍ ଚାମ୍ବର କରିଥିଲେ। ଓ୍ୱାଗ୍ନର କାରକୁ ଗ୍ୟାସରେ ଚାଲିବା ଭଳି ଦେଖାଇ ଏକ ଗ୍ୟାସ ସିଲିଣ୍ଡର ମଧ୍ୟ ଥିଲା। ତାକୁ ବି କାଟି ସେଥିରେ ଗଞ୍ଜେଇ ଭର୍ତ୍ତି କରି ନେବାକୁ ଚେଷ୍ଟା କରିଥିଲେ। କାରଟିକୁ ବ୍ରହ୍ମପୁରର ଗୋପାଳପୁର ଛକରେ ଅଟକାଯାଇଥିଲା। ଗୋପାଳପୁର ଛକ ଠାରେ ଦିଲ୍ଲୀ ମାଫିଆଙ୍କୁ କାର୍ ହସ୍ତାନ୍ତର ବେଳେ ଧରିଥିଲେ ଗୁଇନ୍ଦା ବିଭାଗର ଅଧିକାରୀମାନେ। ସେମାନଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଦକ୍ଷିଣ ଦିଲ୍ଲୀ ବଦରପୁର ଅଞ୍ଚଳର ମୋହସିନ ଅନସାରୀ, ୟୁପିର ଜିତେନ୍ଦ୍ର କୁମାର, ଗଜପତି ଜିଲ୍ଲା ଅଡବା ଅନ୍ତରବା ଗ୍ରାମର ସୋମନାଥ ରଇତ, ବିଧାନ ସିଂଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ଅବକାରୀ ବିଭାଗ। ଗଜପତି ଅଞ୍ଚଳରୁ ଗଞ୍ଜେଇ କଲେକ୍ସନ କରି ଅବଡା ଅଞ୍ଚଳର ଦୁଇ ବ୍ୟକ୍ତି ଦିଲ୍ଲୀର ପଠାଉଥିଲେ। ଦିଲ୍ଲୀର ଦୁଇଜଣ ବ୍ୟକ୍ତି ଏଥିରେ ସହାୟତା କରୁଥିଲେ। ଏଭଳି ଭାବେ ଅଭିଯୁକ୍ତମାନେ ଏଠାରୁ କମ୍ ଦାମ୍‌ରେ ଗଞ୍ଜେଇ ନେଇ ଦିଲ୍ଲୀରେ ଚଢ଼ା ଦାମରେ ବିକ୍ରି କରୁଥିଲେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!