ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ନିକଟ କେନାଲ ରାସ୍ତାରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟିଲା ଚୋରା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ଥିବା ଜଣାପଡ଼ିଛି । ସେପଟରେ ଗାଡ଼ିର କୌଣସି କାଗଜପତ୍ର ନ ଥିବା ଜଣା ପଡ଼ିଛି । ଅନ୍ୟପଟେ ଖବରପାଇ ଗାଡ଼ିଟିକୁ ଜବତ କରିଛି ଟାଉନ ଥାନା ପୁଲିସ ।





