Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ, ଗିଫ୍ଟ ପାଇବାକୁ ଯାଇ ହରାଇଲେ ୭.୯୫ ଲକ୍ଷ

by ସଞ୍ଜୟ ସ୍ୱାଇଁ
September 16, 2022
in Crime, State
ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ, ଗିଫ୍ଟ ପାଇବାକୁ ଯାଇ ହରାଇଲେ ୭.୯୫ ଲକ୍ଷ
37
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଇନ୍‌ଷ୍ଟଗ୍ରାମରେ ମନ ଦିଆନିଆ। ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ। ଯୁବକ ଜଣକ ପଠାଇଥିବା ଗିଫ୍ଟ ପାଇବାକୁ ଯୁବତୀ ପ୍ରାୟ ୮ ଲକ୍ଷ ଟଙ୍କା ହରାଇବା ପରେ ଜେତେବେଳେ ଜାଣିଲେ ସେ ସାଇବର ଲୁଟ୍‌ର ଶିକାର ହୋଇଛନ୍ତି, ସେତେବେଳକୁ ତାଙ୍କ ହୋସ୍ ଉଡ଼ି ଯାଇଥିଲା। ଏନେଇ ଆଜି ସମ୍ପୃକ୍ତ ଯୁବତୀ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହନିଟ୍ରାପରେ ଫଶିଥିବା ଯୁବତୀ ଜଣକ କଟକ ଵିଡାନାସୀ ଅଞ୍ଚଳର। ଏନେଇ କଟକ ସାଇବର ଥାନା ଇନିସପେକ୍ଟର ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି, ଅଭିଯୁକ୍ତ ଜଣକ ପ୍ରଥମେ ନିଜକୁ ସ୍କଟଲାଣ୍ଡର ମହମ୍ମଦ ଡାନିଏଲ ବୋଲି ନିଜ ପରିଚୟ ଦେଇ ଯୁବତୀଙ୍କ ପାଖକୁ ଇନଷ୍ଟାଗ୍ରାମରେ ଫ୍ରେଣ୍ଡ ରିକ୍ୟୁଏଣ୍ଟ ପଠାଇଥିଲେ। ଯୁଵତୀ ଜଣଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ଓ ଚାଟିଂରୁ ଵନ୍ଧୁତା ହୋଇଥିଲା। ଅଭିଯୁକ୍ତ ଲଣ୍ଡନରେ ଜଣେ ସିପ୍‌ ମ୍ୟାନେଜର ଭାବେ କାମ କରୁଥିବା ଉଲ୍ଲେଖ କରିଥିଲା। ଵନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଯୁଵକ ଜଣଙ୍କ ଯୁଵତୀଙ୍କୁ ବିବାହ କରିଵାର ପ୍ରସ୍ତାଵ ଦେଇଥିଲେ। ପ୍ରସ୍ତାବରେ ଯୁବତୀ ରାଜି ହେଵା ପରେ, ତାଙ୍କ ଠିକଣା ନେଇଥିଲା। ଏହି ଠିକଣାରେ ଅଭିଯୁକ୍ତ କିଛି ଗିଫ୍ଟ ଡେଲିଭରି କମ୍ପାନୀ ଜରିଆରେ ପଠାଇଥିବା ଯୁବତୀଙ୍କୁ କହିଥିଲା। ଗିଷ୍ଟ ଭିତରେ କିଛି ସୁନା ଚେନ୍, ବ୍ରେସ୍ ଲେଟ୍, ଘଣ୍ଟା, ଜୋତା, ଲେଡିଜ୍ ବ୍ୟାଗ୍, ୨୦ ହଜାର ୟୁଏସ୍ ଡଲାର ପ୍ରଭୃତି ରହିଥିବାର ଭିଡ଼ିଓ ପଠାଇଥିଲା। ଏହି ଗିଫ୍ଟ ବାଇବା ନିମନ୍ତେ ୧୫ ହଜାର ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ବୋଲି ସୂଚିତ କରିଥିଲା। ଯାହାକୁ ପାଇବା ପାଇଁ ଯୁବତୀ ଜଣକ ଚାହିଁ ବସିଥିବା ବେଳେ ଅଭିଯୁକ୍ତ ଜଣକ ନିଜକୁ ଡେଲିଭରି କମ୍ପାନୀରୁ ଫୋନ୍ କହୁଥିବା ଦର୍ଶାଇ ୧୫ ହଜାର ଟଙ୍କା ମାଗିଥିଲେ। ଏହା ପରେ ପୁଣି ଫୋନ୍ କରି କହିଥିଲେ ଯେ, ବିମାନ ବନ୍ଦରରେ ଏହି ଗିଫ୍ଟ ଜବତ କରାଯାଇଛି, ଏଥିନିମନ୍ତେ ୫୦ ହଜାର ଟଙ୍କା ଚାର୍ଜ ଦେବା ପରେ ମୁକୁଳିବ। ଏଭଳି ଭାବେ ବିଭିନ୍ନ ପ୍ରକାର ଚାର୍ଜ, ପୁଲିସ ପଦକ୍ଷେପ ସମ୍ପର୍କରେ ଡରାଇ ୮ଟି ପର୍ୟ୍ୟନ୍ତ ଲକ୍ଷେ, ୨ ଲକ୍ଷ, ୪ ଲକ୍ଷ ଏପରି ମୋଟ ୭ ଲକ୍ଷ ୯୫ ହଜାର ଟଙ୍କା ଯୁବତୀଙ୍କ ଠାରୁ ଲୁଟି ନେଇଥିଲେ। ପରେ ଯୁବତୀ ଜଣଙ୍କ ଠକାମିର ଶୀକାର ହୋଇଥିଵା ଜାଣି ପାରିଥିଲେ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି। ତଦନ୍ତ ବେଳେ ସମସ୍ତ ଦେଣନେଣ ରାଜ୍ୟ ବାହାର ୨ ଭାରତୀୟ ବ୍ୟାଙ୍କର ୪ ଆକାଉଣ୍ଟ ଜରିଆରେ ହୋଇଥିବା ଜଣାପଡ଼ିଛି। ତେଣୁ ସମସ୍ତ ବ୍ୟାଙ୍କଗୁଡ଼ିକରୁ ତଥ୍ୟ ପାଇବା ନିମନ୍ତେ ସାଇବର ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅଭିଯୁକ୍ତମାନେ ଭାରତୀୟ ଓ ଦେଶ ଭିତରେ ଅଛନ୍ତି ଵୋଲି ସାଇଵର ଥାନା ଅଧିକାରୀ ସନ୍ଦେହ କରୁଛନ୍ତି। ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ସନ୍ଦେହ କରୁଛି ସାଇବର ସେଲ। ସେହିପରି ଦୁଇଦିନ ତଳେ କଟକ ଜଣେ ଆଇନଜୀବୀଙ୍କ ଠାରୁ ମଧ୍ୟ ଫେସ୍‌ବୁକ୍ ଚାଟିଂ ଜରିଆରେ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଶ୍ରୀମତି ସ୍ୱାଇଁ କହିଛନ୍ତି। ଏତଲା ମୁତାବକ, ଦୁର୍ବୃତ୍ତମାନେ କଟକର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ ଖୋଲିବା ପରେ ଆଇନଜୀବୀଙ୍କ ନିକଟକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ଆଇନଜୀବୀ ଜଣକ ଫ୍ରେଣ୍ଡ ରିକ୍ୟୁଏଣ୍ଟ ଗ୍ରହଣ କରିବା ପରେ ପୁଲିସ ଅଧିକାରୀ ନାମଧାରୀ ଦୁର୍ବୃତ୍ତ ଚାଟିଂ କରିଥିଲା। ତାଙ୍କର ଆର୍ମିରେ ଥିବା ଜଣେ ସାଙ୍ଗ ପୁରୁଣା ଜିନିଷ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ବାର୍ତ୍ତା ଦେଇଥିଲା। ବାର୍ତ୍ତା ପାଇବା ପାଇବା ପରେ ଆଇନଜୀବୀ ଜଣକ ଫେସବୁକ୍ ଜରିଆରେ ପାଇଥିବା ଫୋନ୍ ନମ୍ବରରେ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇ ଜିନିଷ ପାଇବାକୁ ପ୍ରାୟ ୨ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ହେଲେ ଜିନିଷ ନ ପାଇବାରୁ ଆଇନଜୀବୀ ଜଣକ ସମ୍ପୃକ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଫୋନ୍ କରି ଚାଟିଂ ବାର୍ତ୍ତା ଦେବା ସମ୍ପର୍କରେ ପଚାରିଥିଲେ। ହେଲେ ଏଭଳି କୌଣସି ଚାଟିଂ କରି ନ ଥିବା ଉକ୍ତ ପୁଲିସ ଅଧିକାରୀ କହିବା ପରେ ଠକାମୀର ଶିକାର ହୋଇଥିବା ଓକିଲ ଜଣକ ଜାଣି ପାରିଥିଲେ। ଏହି ଓକିଲଙ୍କ ଏତଲା ଆଧାରରେ ସାଇବର ଥାନା ପୁଲିସ ତଦନ୍ତ କରୁଥିବା ସେ କହିଛନ୍ତି। କଟକ ସାଇବର ଥାନା ପୁଲିସ ଥାନା ପ୍ରତିଷ୍ଠା ଠାରୁ ଏ ପର୍ୟ୍ୟନ୍ତ ମୋଟ ୨୬ଟି ମାମଲା ଏତଲା ଆଧାରରେ କରିଥିବା ବେଳେ ୬ଟି ମାମଲାର ସମାଧାନ କରିପାରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!