ଝାରସୁଗୁଡା, (ବାଘୁଆବାର୍ତ୍ତା): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ପଞ୍ଚାୟତ ମିସ୍ତ୍ରୀ ପଡ଼ା ଅଂଚଳରୁ ଦୁଇଜଣ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଲୋକେ ପୋଲିସକୁ ସୂଚନା ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏନେଇ ଅଧିକ ତଥ୍ୟ ଦେଇପାରିବ ବୋଲି ରେଙ୍ଗାଲି ଥାନା ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଶାଶୂ-ବୋହୂ କଳି ପରେ ପୁଅର ପଥର ମାଡରେ ମା ଓ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମାଆର ନାମ ଝିମ ଖଡିଆ ଓ ପତ୍ନୀର ନାମ ସାଇବାଣୀ ଖଡିଆ ବୋଲି ଜଣାପଡ଼ିଛି । ହତ୍ୟାକାରୀ ପୁଅ କୁଥୁଲୁ ଖଡିଆ ପଥରରେ ଛେଚି ମା ଓ ପତ୍ନୀକୁ ହତ୍ୟା କରିଥିବା ବେଳେ ଘଟଣା ସ୍ଥଳରେ ରେଙ୍ଗାଲି ପୋଲିସ ପହିଞ୍ଚି ତଦନ୍ତ ଆରମ୍ଭ କରିଛି ।





