Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକା ର ଗଳା କାଟି ବିଷ ପିଇଦେଲା ପ୍ରେମିକ

by ସଞ୍ଜୟ ସ୍ୱାଇଁ
September 15, 2022
in Crime, State
ପ୍ରେମିକା ର ଗଳା କାଟି ବିଷ ପିଇଦେଲା ପ୍ରେମିକ
107
VIEWS
Share on FacebookShare on Twitter

ବଣାଇ, (ବାଘୁଆବାର୍ତ୍ତା): ପ୍ରେମ ସମ୍ପର୍କରେ ସନ୍ଦେହ ଲଗାଇଲା ନିଆଁ। ଆଉ ତାତି ଗଲେ ପ୍ରେମିକ। ବିଚ୍‌ ରାସ୍ତାରେ ପ୍ରେମିକାଙ୍କ ଗଳା କାଟି ହତ୍ୟା କଲେ। ତା’ପରେ ନିଜେ ବିଷ ପିଇଦେଲେ ପ୍ରେମିକ। ଏପରି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ା ଜିଲ୍ଲାରେ ଘଟିଛି। ଚାନ୍ଦିପୋଷ ଥାନାର ବଡ଼ ଭୁଲତା ଗାଁର ଶୁକ୍ରୁ ଏକ୍କା ସେହି ଗ୍ରାମର ପୁଷୀ(ଛଦ୍ମନାମ)ଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ପୁଷୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ବାହା ହୋଇ ଘର ସଂସାର କରିବେ ବୋଲି କେତେ କ’ଣ ସ୍ୱପ୍ନ ଦେଖିଥିଲେ। ହେଲେ ଉଭୟଙ୍କ ଭଲ ପାଇବା ଭିତରେ ପଶିଥିଲା ସନ୍ଦେହ। ପୁଷୀ କାହାକୁ ଫୋନ୍‌ରେ କଥା ହେଉଥିବା ଦେଖିବାକୁ ପାଇଥିଲେ ଶୁକ୍ରୁ। ଆଉ ସେହି ଦିନଠାରୁ ପୁଷୀଙ୍କୁ ସନ୍ଦେହ କରୁଥିଲେ କରୁଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ତିକ୍ତତା ଲାଗି ରହିଛି। ଆଜି ସକାଳେ ମଧ୍ୟ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ନିଜ ନିଜ ଘରକୁ ଫେରିଯାଇଥିଲେ। ଆଜି ଅପରାହ୍ନରେ ପୁଷୀ ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିଲେ। ଠିକ୍‌ ସେହି ସମୟରେ ଶୁକ୍ରୁ ଏକ ଛୁରୀରେ ପୁଷୀଙ୍କ ବେକକୁ କାଟି ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ପୁଷୀଙ୍କ ମୃତ୍ୟୁ ଘଟିଥିଲା। ପରେ ଶୁକ୍ରୁ ସେହିଠାରେ ବିଷ ପିଇ ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଚାନ୍ଦିପୋଷ ଥାନା ପୁଲିସ ଖବର ପାଇଁ ଗାଁରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!