Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ପ୍ରାଣ ହରାଇଲେ ପତ୍ନୀ

by ସଞ୍ଜୟ ସ୍ୱାଇଁ
September 15, 2022
in Crime, State
ସ୍ୱାମୀ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ପ୍ରାଣ ହରାଇଲେ ପତ୍ନୀ
120
VIEWS
Share on FacebookShare on Twitter

ନୂଆପଡା, (ବାଘୁଆବାର୍ତ୍ତା): ସ୍ୱାମୀ ଉପରକୁ ଆସୁଥିବା ବିପଦକୁ ନିଜେ ସାମନା କରି ପ୍ରାଣ ହରାଇଲେ ପତ୍ନୀ। ରାତି ଅଧରେ ସ୍ୱାମୀଙ୍କୁ ଜଣେ ଯୁବକ ବନ୍ଧୁକ ମୁନରେ ଭୟଭୀତ କରୁଥିବା ଦେଖି ନିଜେ ବନ୍ଧୁକ ସାମନାକୁ ପଳାଇଲେ ପତ୍ନୀ। ସ୍ୱାମୀ ବଞ୍ଚିଗଲେ, ହେଲେ ବନ୍ଧୁକ ଗୁଳିରେ ଟଳି ପଡ଼ିଲେ ପତ୍ନୀ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତି ନୂଆପଡା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଘଟିଛି । ମୃତା ମହିଳାଜଣକ ହେଲେ ସୁବାଷ ଚନ୍ଦ୍ର ସାହୁଙ୍କ ପତ୍ନୀ କୁମୁଦିନୀ ଶବର । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଠୁଟିବର ଗାଁର ନୀଳାମ୍ବର ସୁନା ନାମକ ଯୁବକ ସୁବାଷ ସାହୁଙ୍କ କବାଟ ବାଡ଼େଇଥିଲେ। ସୁବାଷ କବାଟ ଖୋଲିବାରୁ ନୀଳାମ୍ବର ସୁନା ବନ୍ଧୁକ ଦେଖାଇ ଦାଦାବଟି ଦେବାକୁ କହିଥିଲେ। ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ। ସୁବାଷ ଦାଦାବଟି ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପାଖରେ ଥିବା ସୁବାଷଙ୍କ ପତ୍ନୀ ତାଙ୍କୁ ପଛକୁ ଠେଲି ବନ୍ଧୁକ ସମ୍ମୁଖକୁ ପଳାଇ ଆସିଥିଲେ। ଉତ୍ତ୍ୟକ୍ତ ନୀଳାମ୍ବର ବନ୍ଧୁକ ଚଳାଇବାରୁ ଗୁଳି ସିଧାସଳଖ କୁମୁଦିନୀଙ୍କ ଦେହରେ ବାଜିଥିଲା ଓ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ କୋମନା ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନୀଳାମ୍ବର ଫେରାର ଥିବା ଜଣାଯାଇଛି। ନୀଳାମ୍ବର ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ହୋଇଥିବା ବେଳେ ସେ ବନ୍ଧୁକ କେଉଁଠୁ ଆଣିଲେ ତାହାର ତଦନ୍ତ କରୁଛି ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!