ନୟାଗଡ, (ବାଘୁଆବାର୍ତ୍ତା): ଭାପୁର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରା.ପ.ର ପୂର୍ବତନ ଗ୍ରାମ ରୋଜଗାର ସେବକ ଜିତେନ୍ଦ୍ର ଚୌଧୁରୀ ଚାକିରିରୁ ବହିସ୍କୃତ । ଯିଏ ବର୍ତ୍ତମାନ ସେହି ବ୍ଲକର ପଦ୍ମାବତୀ ଗ୍ରା.ପ.ରେ ଚୁକ୍ତିଭିତ୍ତିକ ଗ୍ରାମ ରୋଜଗାର ସେବକ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ବିପକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗୁରୁତର ଅର୍ଥ ଅନିୟମିତତା ଅଭିଯୋଗର ଏକ ଶୁଣାଣି କରି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଚୌଧୁରୀଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ସୁଚନାନୁସାରେ ଚୌଧୁରୀଙ୍କ ଉପରେ ନରେଗା ପ୍ରକଳ୍ପରେ ଟ.୨୩,୭୪,୪୧୭/- ତେଇଶି ଲକ୍ଷ ଚଉସ୍ତରୀ ହଜାର ଚାରିଶହ ସତର ଟଙ୍କାର ଅର୍ଥ ତୋଷାରପାତର ଅଭିଯୋଗ ଥିଲା ।





