ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାର କରୋନା କବଳରୁ ରାଜ୍ୟବାସୀକୁ ସୁରକ୍ଷିତ ରଖିବା ପାଇଁ ନୟାଗଡ଼ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଟାଉନଥାନ ପୁଲିସ ପକ୍ଷରୁ ମୁଖ୍ୟ ଟ୍ରାଫିକ ଛଳରେ ନାକାବନ୍ଦୀ କରାଯାଇଛି । ସହରରେ କେବଳ ରାସନ୍, ଫଳ, ପନିପରିବା, ଔଷଧ ଏବଂ କ୍ଷୀର ଦୋକନ ଖୋଲା ରହିଥିବା ବେଳେ ପୁଲିସ କୈାଣସି ଲୋକଙ୍କୁ ଘରୁ ବାହାରିବାର ସୁଯୋଗ ଦେଉ ନାହିଁ । ଯେଉଁ ବ୍ୟକ୍ତିଙ୍କର ନିହାତି ଆବଶ୍ୟକତା ରହିଛି କେବଳ ସେମାନେ ହିଁ ବାହାରକୁ ବାହାରୁଥିବା ଜଣାଯାଇଛି । ଯାହାକୁ ନେଇ ନୟାଗଡ଼ ସହରରେ ଏକଦମ୍ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହେଇଥିବା ବେଳେ ଅନେକ ଲୋକ ମେଡିସିନ ଏବଂ ରାସନ କିଣିବା ବାହାନାରେ ପୁଲିସ କଟକଣାକୁ ଅଣଦେଖା କରୁଛନ୍ତି ।






