Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ପାଖ ଜଣଙ୍କ ନଳକୂଅରୁ ପାଣି ନେଇଯିବାରୁ ବୃଦ୍ଧାଙ୍କୁ ପିଟିପିଟି ମାରିଦେଲା ଜଣେ ଯୁବକ

by ସଞ୍ଜୟ ସ୍ୱାଇଁ
September 12, 2022
in Crime, State
ଘର ପାଖ ଜଣଙ୍କ ନଳକୂଅରୁ ପାଣି ନେଇଯିବାରୁ ବୃଦ୍ଧାଙ୍କୁ ପିଟିପିଟି ମାରିଦେଲା ଜଣେ ଯୁବକ
24
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଘର ପାଖ ଜଣେ ବ୍ୟକ୍ତିଙ୍କ ନଳକୂଅରୁ ପାଣି ନେଇଗଲେ ବୋଲି ବୃଦ୍ଧଙ୍କୁ ପିଟିପିଟି ମାରିଦେଲା ଜଣେ ଯୁବକ। ଆଜି ଯାଜପୁର ଜିଲ୍ଲା କୋରାଇ ଥାନା ତାରାକୋଟ ଗ୍ରାମରେ ଏହି ଅମାନୁସୀକ ହତ୍ୟାକାଣ୍ଡ ଘଟିଛି। ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ସୂଚନା। ମୃତ ବୃଦ୍ଧା ଜଣକ ତାରାକୋଟ ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ସ୍ତ୍ରୀ ସଞ୍ଜୁକ୍ତା ଜେନା। ଅଭିଯୁକ୍ତ ଯୁବକ ବିପିନ୍ ବିହାରୀ ଜେନାକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ସୂଚନା ମୁତାବକ, ଅଭିଯୁକ୍ତ ବିପିନଙ୍କ ପରିବାର ସହ ସଂଯୁକ୍ତାଙ୍କ ପରିବାରର ପୂର୍ବ ତିକ୍ତତା ରହିଥିଲା। ଆଜି ସଂଯୁକ୍ତା ଗାଁ ଦାଣ୍ଡରୁ ପାଣି ନେଇ ଘରକୁ ଯାଉଥିବା ସମୟରେ ବିପିନ୍ ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସଂଯୁକ୍ତା ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲେ। ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବୃଦ୍ଧାଙ୍କୁ ନିକଟସ୍ଥ କୋରେଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ମୃତ ମହିଳାଙ୍କ ସମ୍ପର୍କିୟ ତଥା ପ୍ରତ୍ୟକ୍ଷଦର୍ଶୀ ନାରଣ ମଲ୍ଲିକ କହିଛନ୍ତି, ସଂଯୁକ୍ତା ଆଜି ବାଲ୍ଟି ନେଇ ବିପିନଙ୍କ ନଳକୂଅରୁ ପାଣି ଆଣୁଥିଲେ। ଏହା ଜାଣିବା ପରେ ବିପିନ ପହଞ୍ଚି ପାଣି କାହିଁକି ନେଲୁ ବୋଲି ପଚାରିଥିଲେ। ପରେ ଧକ୍କା ଦେଇଥିଲେ। ସଂଯୁକ୍ତା ତଳେ ପଡ଼ିଯିବା ପରେ ଅଭିଯୁକ୍ତ ବିପିନ୍ ନିକଟସ୍ଥ ଏକ ବାଡ଼ରୁ ଏକ କାଠ ଫାଳିଆ କାଢ଼ି ଆଣି ଆକ୍ରମଣ କରିଥିଲେ। ଏହା ଦେଖି ସେ ଓ ଅନ୍ୟ କିଛି ଲୋକ ଛଡ଼ାଇବାକୁ ଯାଇଥିଲେ। ତେବେ ବିପିନ୍ କାଠ ଫାଳିଆ ଧରି ସମସ୍ତଙ୍କୁ ମାରିବାକୁ ଗୋଡ଼ାଇଥିଲା। ତେଣୁ ସେମାନେ ଛତ୍ର ଭଙ୍ଗ ଦେଇଥିଲେ। ତେବେ ଗ୍ରାମବାସୀ ମିଶି ଅଭିଯୁକ୍ତକୁ କାବୁ କରିଥିଲେ। ପରେ ରକ୍ତ ଜୁଡ଼ୁବୁଡ଼ୁ ସଂଯୁକ୍ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!