ମୋହନା, (ବାଘୁଆବାର୍ତ୍ତା): ପୋଲିସ ଓ ବନବିଭାଗର ମିଳିତ ଚାଢାଉ ବେଳେ ଧରାପଡିଲା ବିପୁଳ ପରିମାଣର କାଠ । ଘଟଣା ଘଟିଛି ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକରେ । ଏକ ବୋଲେରୋ ପିକ୍ଅପ୍ ଭ୍ୟାନ ସହ କାଠ ଜବତ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲେ କଂସାମାରି ଗାଁର ପି ମହେନ୍ଦ୍ର ଦୋରା । ମୋହନା ବନାଞ୍ଚଳ ଅଧିକାରୀ କଳ୍ପନା ନାୟକଙ୍କ ସୂଚନା ପ୍ରକାରରେ ଅଡବା ପୋଲିସ ଓ ମୋହନା ବନବିଭାଗ ଗତରାତିରେ କୌଣସି ସୂତ୍ରରୁ ଖବର ପାଇ ଗୁଣ୍ଡିମା ଛକରେ ଏକ ଗାଡିକୁ ଅଟକାଇ ଥିଲେ । ସେଥିରୁ ୭୯ ଖଣ୍ଡ ଶାଳ କାଠ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଜବତ ଶାଳ କାଠର ମୂଲ୍ୟ ୫୦ହାଜର ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ବନପାଳ ରାଜ କୁମାର ସାହୁ , ରମେଶ ଚନ୍ଦ୍ର ନାୟକ, ରମାକାନ୍ତ ନାୟକ , ଓ ଅଡବା ଥାନା ଏସଆଇ ଲକ୍ଷ୍ମଣ ବେସରା ପ୍ରମୁଖ ସମେଟ ପୋଲିସ୍ ଓ ବନ ବିଭାଗ କର୍ମଚାରୀ ସାମିଲ ଥିଲେ ।





