ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ-୨୦୨୨ । ଓଡ଼ିଶା ବ୍ରିଜ ଆସୋସିଏସନ ଓ କେସି କ୍ଲବର ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ନୟାଗଡ଼ ହବ୍ ପାଲଟୁଛି । କ୍ରୀଡ଼ା ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି ।

ଏହି ବ୍ରିଜ ଟୁର୍ଣ୍ଣାମେଣ୍ଟରେ ଯୁବ ଗୋଷ୍ଠୀଙ୍କୁ ଆହ୍ବାନ କରିବାର ଆବଶ୍ୟକତା ରହିଛି ବୋଲି ବିଧାୟକ ଡ଼ ସାହୁ ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବ୍ରିଜ ଆସୋସିଏସନର ସଭାପତି ସୁରେନ୍ଦ୍ରନାଥ କର, କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ଓବିଏର ସମ୍ପାଦକ ତାପସ ରଞ୍ଜନ ବିଶ୍ୱାଳ ଉପସଭାପତି ଅଭିରାମ ରାଉତ, ଦୟାନିଧି ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ କ୍ଲବର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୬୦ରୁ ଉର୍ଦ୍ଧ୍ୱ ଦଳ ଯୋଗଦାନ କରିଥିବା ବେଳେ ମ୍ୟାଚ ଡାଇରେକ୍ଟର ଭୀମସେନ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ଏହା ଆସନ୍ତା କାଲି ଉଦଯାପିତ ହେବ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୧୧ଟି ଦଳ ଭାଗ ନେଇଥିବା ବେଳେ ଦୁଇ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲୁ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି ।






