Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୌତୁକ ପାଇଁ ଉଜାଡ଼ି ଗଲା ସୁନାର ସଂସାର

by ସଞ୍ଜୟ ସ୍ୱାଇଁ
September 10, 2022
in Crime, State
ଯୌତୁକ ପାଇଁ ଉଜାଡ଼ି ଗଲା ସୁନାର ସଂସାର
24
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଯୌତୁକ ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ବାପ ଘର ଲୋକେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଗଜଗିରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ମଲିକ। ଗତକାଲି ମଞ୍ଜୁଲତା ଘରେ ଏକୁଟିଆ ଥିଲେ। ଶାଶୂ ବିଲକୁ ଯାଇଥିବାବେଳେ ଶ୍ୱଶୁର ବଜାରକୁ ଯାଇଥିଲେ ଓ ନଣନ୍ଦ ପାଣି ପାଇଁ ଯାଇଥିଲେ। ଏହି ସମୟରେ ମଞ୍ଜୁଲତା ଭିତରୁ କବାଟ ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ନଣନ୍ଦ ପାଣି ନଆଇ ଆସି କବାଟ ବାଡ଼େଇଥିଲେ ମଧ୍ୟ ସେ ଖୋଲି ନଥିଲେ। ପରେ ଗ୍ରାମବାସୀ କବାଟ ଭାଙ୍ଗି ମଞ୍ଜୁଲତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ତାର ଶ୍ୱଶୁର ଘର ଲୋକ ଯୌତୁକ ବାଇଁ ତଣ୍ଟି ଚିପି ହତ୍ୟା କରିଥିବା ମଞ୍ଜୁଲତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ସେମାନେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି। ଗତ ୪ମାସ ତଳେ ତିହିଡି କାଁପଡ଼ା ଗାଁର ପିତବାସ ଦାସଙ୍କ ଝିଅ ମଞ୍ଜୁଲତା ଚାନ୍ଦବାଲି ଗଜଗିରି ଗାଁର ଅଜୟ ମଲିକଙ୍କୁ ବିବାହ କରିଥିଲେ। ମଞ୍ଜୁଲତା ୩ମାସର ଗର୍ଭବତୀ ଥିଲେ। ତାଙ୍କ ସ୍ୱାମୀ ଘରେ ରହୁନଥିଲେ। ସେ ବାହାର ରାଜ୍ୟରେ କାମ କରୁଛନ୍ତି। ଅନ୍ୟପକ୍ଷରେ ମଞ୍ଜୁଲତାଙ୍କ ବାପଘର ଲୋକ ଆଣିଥିବା ଅଭିଯୋଗକୁ ଶାଶୂ ଘର ଲୋକ ଖଣ୍ଡନ କରିଛନ୍ତି। ମଞ୍ଜୁଲାତାଙ୍କ ଶାଶୂ କହିଛନ୍ତି, ଯଦି ଆମେ ଦୋଷ କରିଥିବୁ ଆମେ ଦଣ୍ଡ ପାଇବୁ। ଆମେ ବୋହୂକୁ ହତ୍ୟା କରିନାହୁଁ। ଯୌତୁକ ବାବଦରେ କୌଣସି ଟଙ୍କା ମାଗି ନାହୁଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!