ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୋଲିସକୁ ବଡ଼ ସଫଳତା । କୁଖ୍ୟାତ ବାଇକ୍ ଚୋର ଗ୍ୟାଙ୍ଗ ଉପରେ ଚଢ଼ାଉ କରିଥିଲା ପୋଲିସ । ମିଶନ ଗ୍ୟାଙ୍ଗ ଏକ ପ୍ରକାରର ସଫଳତା ପାଇଛି । ଯାହାଫଳରେ ୩୦ରୁ ଉର୍ଦ୍ଧ୍ବ ବାଇକ୍ ଜବତ କରିଛି ନୟାଗଡ଼ ପୋଲିସ । ସୂଚନାନୁସାରେ, ନୟାଗଡ଼ ସହରରେ ବାଇକ୍ ଚୋରି ହେବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ପହିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ମାଧ୍ୟମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଉକ୍ତ ଟିମ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣ ଓ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚୋରି ଗ୍ୟାଙ୍ଗ ଉପରେ ଚଢ଼ାଉ କରି ବାଇକ୍ ଜବତ କରିବା ସହ କିଛି ଚୋର ଗ୍ୟାଙ୍ଗଷ୍ଟାରକୁ ଧରିବାରେ ସକ୍ଷମ ହୋଇଛନ୍ତି । ଉକ୍ତ ଗ୍ୟାଙ୍ଗକୁ ଧରିବା ଫଳରେ ୩୦ରୁ ଉର୍ଦ୍ଧ୍ବ ବାଇକ୍ ଜବତ କରି ନୟାଗଡ଼ ଟାଉନଥାନାକୁ ଅଣାଯାଇଛି । ଏବଂ ଗାଡ଼ିର ପ୍ରକୃତ ମାଲିକଙ୍କୁ ଏନେଇ ଅବଗତ କରାଯାଇଛି । ମିଶନ ଗ୍ୟାଙ୍ଗ ଟିମରେ ନୟାଗଡ଼ ଟାଉନଥାନା ଓ ସଦରଥାନା ପୋଲିସ ସାମିଲ ହୋଇଥିବା ନେଇ ବିଶେଷ ସୁତ୍ରରୁ ଜଣାପଡିଛି ।





