କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝରରେ ଜଣେ ପ୍ରେମିକକୁ ତାର ପ୍ରେମିକା ମଦ୍ୟପାନ କରାଇ ଗୁପ୍ତାଙ୍ଗକୁ ସମ୍ପୂର୍ଣ୍ଣ କାଟି ଦେବା ଘଟଣାର ବିଚାର କରି ମାନ୍ୟବର ସଜିଏମ୍ ରଞ୍ଜୁଲତା ଲେଙ୍କା ପ୍ରେମିକା କମଳାପାତ୍ରକୁ ୭ ବର୍ଷ ଜେଲଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଓ ଅନାଦେୟ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ୭ ଜାନୁଆରୀ ୨୦୦୦ମସିହାରେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଥିଲା ଏହି ଘଟଣା । ହରିଚନ୍ଦନପୁର ଥାନା ଅଞ୍ଚଳ ଝାରବେଡା ଗାଁର ରାଜେନ୍ଦ୍ର ନାଏକ ବାହାର ରାଜ୍ୟରେ କାମ କରନ୍ତି । ସେ ୭ ତାରିଖରେ କେନ୍ଦୁଝର ଫେରି ପ୍ରଥମେ ହରିଚନ୍ଦନପୁର ଥାନା ଅଞ୍ଚଳର ନୂଆଗାଁରେ ରହୁଥିବା ତାଙ୍କ ବିବାହିତ ପ୍ରେମିକା କମଳା ପାତ୍ରଙ୍କ ଘରକୁ ଯାଇଥିଲେ । ସେଠାରେ କମଳା ତାଙ୍କୁ ପ୍ରଚୁର ମଦ୍ୟପାନ କରାଇ ତାଙ୍କ ଗୁପ୍ତାଙ୍ଗକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେହରୁ ଅଲଗା କରିଦେଇଥିଲେ । ପରେ ରାଜେନ୍ଦ୍ରଙ୍କ ବାପା ଅଭିମନ୍ୟୁ ନାଏକ ଥାନାରେ ଅଭିଯୋଗ କଲା ପରେ କମଳା ଗିରଫ ହୋଇଥିଲେ ଓ ବର୍ତ୍ତମାନ ହାଇକୋଟରୁ ବେଲରେ ଅଛିନ୍ତି ।





