Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଅକୁ ହତ୍ୟା କଲା ବାପା

by ସଞ୍ଜୟ ସ୍ୱାଇଁ
September 9, 2022
in Crime, State
ପୁଅକୁ ହତ୍ୟା କଲା ବାପା
18
VIEWS
Share on FacebookShare on Twitter

ବଣାଇ, (ବାଘୁଆବାର୍ତ୍ତା): କୁହାଯାଏ ଦୁନିଆରେ ଯଦି ଆମକୁ କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ସେ ହେଉଛନ୍ତି ବାପା-ମା। ଦରକାର ପଡ଼ିଲେ ବାପା-ମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। ଆଉ ନିଜର ପିଲାର ସୁରକ୍ଷା ପାଇଁ ଶତ୍ରୁର ଜୀବନ ବି ନେଇ ପାରନ୍ତି। ଯଦି ସେହି ବାପା ସଇତାନ ପାଲଟିଯାଇ ନିଜ ସନ୍ତାନକୁ ହତ୍ୟା କରେ ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ରାଗର ବଶବର୍ତ୍ତୀ ହୋଇ ଜଣେ ନୃଶଂସ ବାପା ତାର ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ପଛାଇ ନାହିଁ। ଏପରି ଲୋମଟାଙ୍କୁରା ଘଟଣା ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ବରଘାଟ ଗାଁରେ ଘଟିଛି। ମୃତ ଯୁବକ ଜଣକ ହେଲେ ବିଜୁ କୁମ୍ଭାର। ବାପା ରେଙ୍ଗୁଟୁ କୁମ୍ଭାରଙ୍କୁ ପୁଲିସ ଗିରଫ କରିଛି। ଗତକାଲି ରାତିରେ ବିଜୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପରେ କୌଣସି କଥାକୁ ନେଇ ବାପା ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ରେଙ୍ଗୁଟି ଉତକ୍ଷିପ୍ତ ହୋଇ ଘର ଏକ ଟାଙ୍ଗିଆ ଆଣି ପୁଅ ମୁଣ୍ଡକୁ ହାଣି ଦେଇଥିଲା। ପରିବାର ଲୋକେ ବାପପୁଅଙ୍କ ଝଗଡ଼ା ଶୁଣି ଦୌଡ଼ି ଆସିଥିଲେ। ପୁଅ ବିଜୁଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥାରେ ଗୁରତର ହେବାରୁ ପରେ ତାଙ୍କୁ ରାଉରକେଲାସ୍ଥିତ ଆରଜିଏଚକୁ ନିଆଯାଇଥିଲା। ସେଠାର ଡାକ୍ତର ବିଜୁଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣା ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!