Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ଜବତ

by ସଞ୍ଜୟ ସ୍ୱାଇଁ
September 8, 2022
in Crime, State
୨କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ଜବତ
20
VIEWS
Share on FacebookShare on Twitter

ଗଜପତି, (ବାଘୁଆବାର୍ତ୍ତା): ପୁଷ୍ପା ସିନେମା ଷ୍ଟାଇଲରେ ଚୋରା ଚାଲାଣ ହେଉଥିଲା ବିରଳ ରକ୍ତ ଚନ୍ଦନ କାଠ । ଓଡ଼ିଶାରୁ ଚେନ୍ନାଇ ହେଉଥିଲା ଚୋରା ଚାଲାଣ । କିନ୍ତୁ ପହଞ୍ଚିଗଲା ପୋଲିସ । ଟ୍ରକ ଯୋଗେ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ସହ ତିନୋଟି କାର, ୧୧ଟି ମୋବାଇଲ ଏବଂ ଟ୍ରକ ଜବତ କରିଛି ଆନ୍ଧ୍ର ପୋଲିସ । ଚୋରା ଚାଲାଣ କରୁଥିବା ୧୧ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଶ୍ରୀକାକୁଲମ ପୋଲିସ । ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ବ ହେବ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ବିଶେଷ ସୁତ୍ରରୁ ଖବର ପାଇ ଟେକିଲି ଓ ପାତପାଟଣା ପୋଲିସ ଆନ୍ଧ୍ର – ଓଡିଶା ସୀମାକୁ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା । ରାୟଗଡ ବ୍ଳକ ଅନ୍ତର୍ଗତ ନାରାୟଣପୁର ରେଞ୍ଜର ମୁନିକାବାଡ ସଂରକ୍ଷିତ ଜଙ୍ଗଲରୁ ବିରଳ ପ୍ରଜାତିର ରକ୍ତ ଚନ୍ଦନ କାଠକୁ ପୂର୍ବରୁ ଚୋରି କରି ଗଚ୍ଛିତ ରଖିଥିବା ବେଳେ ସୁଯୋଗ ଦେଖି ଆଜି ସକାଳୁ ଟ୍ରକ ଯୋଗେ ଚେନ୍ନାଇ ଅଭିମୁଖେ ବାହାରିଥିଲେ। ସେହି ଚନ୍ଦନ କାଠ ବୋଝେଇ ଟ୍ରକକୁ ଆଗରୁ ପଛରୁ କଡନ ଭଳି ସୁରକ୍ଷା ଦେଉଥିଲେ ତିନୋଟି କାର। ପୁର୍ବ ସୂଚନା ମୁତାବକ ଜଗି ରହିଥିବା ଆନ୍ଧ୍ର ପୋଲିସ ଗୋଖାଦ୍ୟ ବୋଝେଇ ଟ୍ରକକୁ ତନଖି କରିବା ସମୟରେ ରକ୍ତ ଚନ୍ଦନ କାଠ ପାଇଥିଲା । ପରେ ଅନ୍ୟ କାରଗୁଡିକୁ ଠାବ କରି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ପାଖାପାଖି ୪ କ୍ବିଣ୍ଟାଲ ରକ୍ତ ଚନ୍ଦନ କାଠ ଜବତ କରାଯାଇଛି । ଶୁଣିବାକୁ ମିଳୁଛି ରକ୍ତ ଚନ୍ଦନ କାଠକୁ ଓଡିଶାରୁ ଚେନ୍ନାଇ ଏବଂ ପରେ ବିଦେଶକୁ ଚାଲାଣ କରାଯାଇଥାନ୍ତା । ଯାହାର କି ଅନ୍ୟ ଦେଶରେ ଅଧିକ ଚାହିଦା ରହିଛି । ତେବେ ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାର ରାୟଗଡ ଅଞ୍ଚଳର ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଚେନ୍ନାଇରେ ୧୦ ରୁ ଅଧିକ ମାମଲା ରହିଛି । ଏମାନେ ପୂର୍ବରୁ ମଧ୍ୟ ରକ୍ତ ଚନ୍ଦନ ତସ୍କରୀ ମାମଲାରେ ଗିରଫ ହୋଇଥିବା ଜଣାପଡିଛି। ଗଜପତି ଜିଲ୍ଲାରେ ରହି ସେଠାରୁ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ବିଦେଶକୁ ଚାଲାଣ କରିଆସୁଥିଲେ ଅଭିଯୁକ୍ତ । ଆଉ ମୋଟା ଅଙ୍କର ଟଙ୍କା ମଧ୍ୟ କମାଉଥିଲେ । ତେବେ ପ୍ରଶ୍ନ ଉଠୁଛି, ଏତେ ମୂଲ୍ୟବାନ କାଠ ଚୋରୀ କରି ଚାଲାଣ କରାଯାଉଛି । ବର୍ଷ ବର୍ଷ ଧରି ଚାଲାଣ କରୁଛନ୍ତି ମାଫିଆ । କିନ୍ତୁ ପୋଲିସ କିମ୍ବା ବନ ବିଭାଗ ଜାଣିପାରୁନଥିଲା କେମିତି? ବନ ବିଭାଗ ଏବଂ ପୋଲିସ ଜାଣତରେ ହିଁ ଚନ୍ଦ୍ରନ କାଠ ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । କାରଣ ମାତ୍ର ୧୦ କିଲୋମିଟର ଦୂରରେ ଆନ୍ଧ୍ର ପ୍ରଦେଶ ପୋଲିସ ଚୋରା ଚାଲାଣ ହେଉଥିବା ଚନ୍ଦନ କାଠକୁ ଧରି ପାରୁଛି ଅଥଚ ଗଜପତି ପୋଲିସ କେମିତି ଫେଲ୍‌ ମାରୁଛି? ଆଉ ବନ ବିଭାଗ ବି ଜାଣି ପାରୁନି । ଯାହାକି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ଏ ଗୋଟିଏ ଘଟଣା ନୁହେଁ ପ୍ରତ୍ୟେକ ବର୍ଷ ଆନ୍ଧ୍ର ପୋଲିସ ସୀମାନ୍ତ ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ରକ୍ତ ଚନ୍ଦନ କାଠ ଚୋରାଚାଲାଣ ସମୟରେ ଜବତ କରୁଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି କିନ୍ତୁ ସେମାନେ ଜାମିନରେ ଆସି ଏଠାରେ ପୁଣି ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି । ତଥାପି ବନ ବିଭାଗ ରକ୍ତ ଚନ୍ଦନ ଜଙ୍ଗଲର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!