Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଣେଶ ପୂଜା ଭସାଣି ବେଳେ ସାମାନ୍ୟ ବଚସାରୁ ପକାଇଥିଲେ ଖଣ୍ଡା ଚୋଟ

by ସଞ୍ଜୟ ସ୍ୱାଇଁ
September 8, 2022
in Crime, State
ଗଣେଶ ପୂଜା ଭସାଣି ବେଳେ ସାମାନ୍ୟ ବଚସାରୁ ପକାଇଥିଲେ ଖଣ୍ଡା ଚୋଟ
22
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ଲକ୍ଷ୍ମୀ ସାହିଠାରେ ଗଣେଶ ପୂଜା ଭସାଣି ବେଳେ ଗତ ରବିବାର ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଅରୁଣ କୁମାର ମହାରଣା ନାମକ ବ୍ୟକ୍ତି ଗୁରୁତର ହୋଇଥିଲେ। ଏହି ଘଟଣାର ଛାନଭିନ କରି ପୁଲିସ୍‌ ବ୍ରହ୍ମପୁର ମହାନଗର ନିଗମ ୨୫ ନମ୍ବର ୱାର୍ଡର କର୍ପୋରେଟର ନରସିଂହ ସେଠୀ ଓ ତାଙ୍କ ଭାଇ ଭିଜିଲାନ୍ସ କନଷ୍ଟେବଲ ନାରାୟଣ ସେଠୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଏଯାଏ ୭ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରେ କର୍ପୋରେଟରଙ୍କ ଗୋଷ୍ଠୀର ୫ ଜଣ ଓ ଅପର ଗୋଷ୍ଠୀର ୨ ଜଣ ଥିବା ଜଣାଯାଇଛି। ଉଭୟ ପକ୍ଷ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିବା ବେଳେ ଗତ ରବିବାର ଗଣେଶ ଭସାଣି ବେଳେ ତାହା ଉଗ୍ର ରୂପ ଧାରଣ କଲା । କର୍ପୋରେଟର ନରସିଂହ ସେଠୀ ସେହି ଅଞ୍ଚଳର ଅରୁଣ କୁମାର ମହାରଣାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏପରିକି କର୍ପୋରେଟର ଆକ୍ରମଣ କରୁଥିବା ସମୟର ସିସିଟିଭି ଭିଡିଓ ଭାଇରାଲ୍ ହୋଇଥିଲା। ଗୁରୁତର ଅରୁଣ କୁମାର ମହାରଣାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ପୁଲିସ୍‌ ଘଟଣାର ତନାଘନା କରି କର୍ପୋରେଟର ନରସିଂହ ସେଠୀ, ତାଙ୍କ ଭାଇ ନାରାୟଣଙ୍କ ସମେତ ତାଙ୍କ ପକ୍ଷର ୫ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ପକ୍ଷର ୨ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!