Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହଙ୍ଗା ପଡ଼ିଲା ଗାଡ଼ି ଶିଖିବା, ୧ ମୃତ, ୧ ଗୁରୁତର

by ସଞ୍ଜୟ ସ୍ୱାଇଁ
March 22, 2020
in Accident
ମହଙ୍ଗା ପଡ଼ିଲା ଗାଡ଼ି ଶିଖିବା, ୧ ମୃତ, ୧ ଗୁରୁତର
16
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଦୁଇ ଭାଇଙ୍କୁ ମହଙ୍ଗା ପଡ଼ିଛି ଗାଡ଼ି ଶିଖିବା । ଗାଡ଼ି ଶିଖିବା ବେଳେ ଦୁର୍ଘଟଣା କାରଣରୁ ନାବାଳକ ଦୁଇ ଭାଇଙ୍କ ମଧ୍ୟରୁ ବଡ଼ ଭାଇର ମୃତ୍ୟୁ ଘଟିଥିବା ବେଳେ ସାନ ଗୁରୁତର ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗ୍ରାମର ଜଣେ ବ୍ୟକ୍ତି ଆଜି କୈାଣସି କାରଣରୁ ଗ୍ରାମର ବନମାଳୀ ସାହୁଙ୍କ ଘରକୁ ଯାଇଥିଲେ । ଉକ୍ତବ୍ୟକ୍ତି ଘର ଭିତରେ ବନମାଳୀଙ୍କ ସହ ଗପସପ କରୁଥିବା ବେଳେ ତାଙ୍କ ବାକରେ ଚାବି ଲାଗିଥିଲା । ଏହାର ସୁଯୋଗ ନେଇ ବନମାଳୀଙ୍କ ଦୁଇ ପୁଅ ନାରାୟଣ ସାହୁ (୧୬) ଏବଂ ବିଶ୍ୱନାଥ ସାହୁ(୧୪) ବାଇକ ଶିଖିବା ପାଇଁ ନେଇ ଚାଲି ଯାଇଥିଲେ । ଅନଭିଜ୍ଞତା କାରଣରୁ ସେ ଦୁହେଁ ବାଇକ ନେଇ ନବୀ ବନ୍ଧରେ ଯିବା ସମୟରେ ଦ୍ରୁତ ଗତି ହେତୁ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ବାଇକ ସହ ସେମାନେ ନଦୀ ବନ୍ଧରେ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଖବରପାଇ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଦୁହିଁଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରିଥିଲେ । ମାତ୍ର ବାଟରେ ନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିଶ୍ୱନାଥଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!