Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇ ଜାଲରେ ଆଇନ ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
September 7, 2022
in Crime, NATIONAL NEWS
ସିବିଆଇ ଜାଲରେ ଆଇନ ମନ୍ତ୍ରୀ
113
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ସିବିଆଇ ଜାଲରେ ଆଇନ ମନ୍ତ୍ରୀ। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମମତା ସରକାରର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଛଅଟି ଠକଣାରେ ସିବିଆଇ ରେଡ୍‌ କରିଛି। ଆଜି ସକାଳୁ ତାଙ୍କ ଘରେ ସିବିଇ ଚଢ଼ାଉ ଜାରି ରଖିଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀର କର୍ମଚାରୀମାନେ ମଳୟ ଘଟକଙ୍କ ଘରକୁ ଚାରିପଟୁ ଘେରି ରହିଛନ୍ତି। ସିବିଆଇ କୋଲକାତା ଏବଂ ଆସାନସୋଲ ସମେତ ପ୍ରାୟ ୬ଟି ସ୍ଥାନରେ ରେଡ୍‌ କରିଛି। ଏଥିରେ ମଳୟ ଘଟକଙ୍କ ଭାଇ ଅଭିଜିତ ଘଟକଙ୍କ ଠିକଣା ମଧ୍ୟ ସାମିଲ ଅଛି। ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମଳୟ ଘଟକଙ୍କୁ ପଚରାଉଚରା କରିସାରିଛି। ମଳୟ ଘଟକ ଆସାନସୋଲ ଉତ୍ତର ଆସନରୁ ବିଧାୟକ ଅଛନ୍ତି। ଏହି ଦୁଇ ତଦନ୍ତ ସଂସ୍ଥା କୋଇଲା ଦୁର୍ନୀତି ମାମଲାରେ ମଳୟଙ୍କ ସମ୍ପୃକ୍ତି ଅଛି ନା ନାହିଁ ସେ ନେଇ ଯାଞ୍ଚ ଚଲାଇଛନ୍ତି। ଇଡି ଏହି ମାମଲାରେ ମନି ଲଣ୍ଡରିଂ ଓ ସିବିଆଇ ଅପରାଧିକ ଆଧାରରେ ଯାଞ୍ଚ କରୁଛି। ଏହି ଦୁର୍ନୀତିରେ ମଳୟଙ୍କ ସାମିଲ ନେଇ ପ୍ରମାଣ ଥିବା ସିବିଆଇ କହିଛି। ଆସୋନସୋଲ ନିକଟ କୁନୁସ୍ତୋରିଆ ଓ କଜୋରା ଅଞ୍ଚଳର ଇଷ୍ଟର୍ଣ୍ଣ କୋଲ୍ଡଫିଲ୍ଡ ଲିଜ୍‌ ଖଣିରୁ ବେଆଇନ ଭାବେ କୋଇଲା ଖନନ କରାଯାଇଥିବା ଅଭିଯୋଗ ରହିଛି। ଏକ ରାକେଟ୍‌ ବହୁ ବର୍ଷ ଧରି ବେଆଇନ ଭାବେ ଖନନ କରାଯାଇଥିବା କୋଇଲାକୁ କଳା ବଜାରରେ ବିକ୍ରି କରାଯାଇଥିବା ଅଭିଯୋଗ ରହିଛି। ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ମଧ୍ୟ ପଚରାଉଚରା କରିସାରିଛି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏହି ବେଆଇନ ବ୍ୟବସାୟରୁ ମିଳିଥିବା ଲାଭର ହିତାଧିକାରୀ ବୋଲି ଇଡି ଦାବି କରିଛି। ତେବେ ବାନାର୍ଜୀ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!