Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଦୁଷ୍ମର୍ମ ଅଭିଯୋଗରେ ବିଡିଏ ଫିଲ୍ଡ ଇନ୍ସପେକ୍ଟର ଗିରଫ

by ସଞ୍ଜୟ ସ୍ୱାଇଁ
September 7, 2022
in Crime, State
ମହିଳାଙ୍କୁ ଦୁଷ୍ମର୍ମ ଅଭିଯୋଗରେ ବିଡିଏ ଫିଲ୍ଡ ଇନ୍ସପେକ୍ଟର ଗିରଫ
117
VIEWS
Share on FacebookShare on Twitter

କଟକରୋଡ୍‌, (ବାଘୁଆବାର୍ତ୍ତା): ଜଣେ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଜଣେ ଫିଲ୍ଡ ଇନ୍ସପେକ୍ଟରଙ୍କୁ ଗିରଫ କରିଛି । ସେ ହେଲେ ଭୁବନେଶ୍ୱର ଚନ୍ଦକା ଥାନା ସିମୁଳିପାଟଣାର ମନୋରଞ୍ଜନ ଦାଶ । ପୁଲିସ୍‌ ସୂଚନା ଅନୁଯାୟୀ, ମନୋରଞ୍ଜନ ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ଘରର ପ୍ଲାନ କରାଇଦେବା ଆଳରେ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ । ଏପରିକି ପ୍ଲାନ କରାଇବା ପାଇଁ ଖର୍ଚ୍ଚ ବାବଦରେ ୫ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ । ତେବେ ମନୋରଞ୍ଜନ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ଖିଲାପ ହେବାସହ ସେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚଳାଇଥିବା କୌଣସି ସୂତ୍ରରୁ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ । ଏ ବାବଦରେ ମହିଳା ମନୋରଞ୍ଜନଙ୍କୁ ପଚାରିବାରୁ ତାଙ୍କୁ ବିଭିନ୍ନ ଧମକ ଦେଇଥିଲେ । ଶେଷରେ ମହିଳା ଜଣଙ୍କ ଗତ ଫେବ୍ରୁଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୁଲିସର ବାରମ୍ବାର ଚଢ଼ଉ ପରେ ଗିରଫ ଭୟରେ ମନୋରଞ୍ଜନ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମନୋରଞ୍ଜନଙ୍କ ଜାମିନ୍‌ ଆବେଦନ ଅଗ୍ରାହ୍ୟ ହେବା ସହ ୪ ସପ୍ତାହ ମଧ୍ୟରେ ତାଙ୍କୁ ତଳ କୋର୍ଟରେ ହାଜର ପାଇଁ ଆଦେଶ ଦିଆ ଯାଇଥିଲା । କିନ୍ତୁ ଏହାକୁ ସେ ଏଡ଼ାଇ ଯାଇଥିଲେ । ଫଳରେ ତୁରନ୍ତ ତାଙ୍କୁ ଗିରଫ ପାଇଁ ଲକ୍ଷ୍ମୀସାଗର ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମଙ୍ଗଳବାର ମଧ୍ୟାହ୍ନରେ ସେ ବିଡିଏ କାର୍ୟ୍ୟାଳୟରେ ଥିବା ପୁଲିସ ଜାଣିପାରିଥିଲା । ତଦନ୍ତକାରୀ ଅଧିକାରୀ ରାମାନନ୍ଦ ସାହୁ ଏକ ସ୍ୱତନ୍ତ୍ର ଟିମ୍‌କୁ ସାଧା ପୋଷାକରେ ନେଇ ବିଡିଏ କାର୍ୟ୍ୟାଳୟରେ ଚଢ଼ଉ କରି ମନୋରଞ୍ଜନଙ୍କୁ ଧରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!