Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ କୁ ତଣ୍ଟି ଚିପି ମାରିଦେଲା ପୁଅ

by ସଞ୍ଜୟ ସ୍ୱାଇଁ
September 7, 2022
in Crime, State
ମା’ କୁ ତଣ୍ଟି ଚିପି ମାରିଦେଲା ପୁଅ
80
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ସାମାନ୍ୟ ଟଙ୍କା ପାଇଁ ମା’ ହେଲା ପର। ଯେଉଁ ମା’ ୯ ମାସ ଗର୍ଭରେ ରଖି ଦୁନିଆକୁ ଆଣିଥିଲା ସେହି ମା’କୁ ହିଁ ଦୁନିଆରୁ ବିଦା କରିଦେଲା ପୁଅ । କଥା କଟାକଟିରୁ ବୃଦ୍ଧା ମା’ର ତଣ୍ଟି ଚିପିବାକୁ ପଛାଇଲାନି ପୁଅ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଉଲୁଦନ ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଶ୍ରୀମତୀ ନାୟକ। ଶ୍ରୀମତୀ ନାୟକ ଜଣେ ବିଧବା ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ। ଶ୍ରୀମତୀଙ୍କର ୩ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ୨ ଝିଅ ଓ ପୁଅଙ୍କର ବିବାହ ସରିଛି। ସାନ ଝିଅ ଅବିବାହିତ ଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ବାପାଙ୍କ ପେନସନ୍‌ ଟଙ୍କା ହାତେଇବା ପାଇଁ ପୁଅ ସନ୍ତୋଷ ନାୟକ ସବୁବେଳେ ମା’ ସହ ଝଗଡ଼ା କରୁଥିଲେ। ଏହା କ୍ରମଶଃ ଉଗ୍ର ରୂପ ନେବାରୁ ଉଭୟ ମା’ ଝିଅ ଓ ପୁଅବୋହୂ ଅଲଗା ରହୁଥିଲେ। ପୁଅ ନିଜ ପରିବାର ସହ ଅନ୍ୟତ୍ର ରହୁଥିଲେ ମଧ୍ୟ ବିଭିନ୍ନ ସମୟରେ ଆସି ଟଙ୍କା ପାଇଁ ମା’କୁ ଧମକଚମକ ଦେଉଥିଲେ। ଏହି ଘଟଣାକୁ ନେଇ ପ୍ରାୟ ୪ ଦିନ ହେବ ମା’ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଗତକାଲି ସାନଝିଅ ସ୍କୁଲ ଚାଲିଯିବା ପରେ ଶ୍ରୀମତୀ ଘରେ ଏକୁଟିଆ ଥିଲେ। ଏହି ସମୟରେ ସନ୍ତୋଷ ଓ ତାଙ୍କ ପତ୍ନୀ ଘରକୁ ଆସି ମା’ ସହ ଝଗଡ଼ା କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। କିଛି ସମୟ ପରେ ସେମାନେ ଘରୁ ବାହାରୁ ତାଲା ପକାଇ ଚାଲି ଯାଇଥିଲେ। ଝିଅ ସନ୍ଧ୍ୟାରେ ଘରକୁ ଫେରି କବାଟ ତାଲା ପଡ଼ିଥିବା ଦେଖିଥିଲା। ଏହାପରେ ପାଖପଡ଼ୋଶୀଙ୍କ ସହାୟତାରେ ତାଲା ଫିଟାଇ ମା’ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଲା। ଖବର ପାଇ ପୁଲିସ୍‌ ଗତ ରାତିରେ ପହଞ୍ଚି ତଦନ୍ତ କରିଥିବା ବେଳେ ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିବା ଜଣାଯାଇଛି। ସନ୍ତୋଷ ହିଁ ନିଜ ମା’କୁ ମାରିଥିବା ଶ୍ରୀମତୀଙ୍କ ଭାଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ସନ୍ତୋଷ ଓ ତାଙ୍କ ପତ୍ନୀ ଫେରାର ହୋଇଯାଇଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚାଲିଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!