Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନା କିଣିବା ବେଳେ ମିଳିଲାନି ୨୦୦୦ ଡିସକାଉଣ୍ଟ, ଲୁଟି ନେଲେ ୨ କେଜି ଓଜନର ସୁନାଗହଣା

by ସଞ୍ଜୟ ସ୍ୱାଇଁ
September 6, 2022
in Crime, NATIONAL NEWS
ସୁନା କିଣିବା ବେଳେ ମିଳିଲାନି ୨୦୦୦ ଡିସକାଉଣ୍ଟ, ଲୁଟି ନେଲେ ୨ କେଜି ଓଜନର ସୁନାଗହଣା
144
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଗର୍ଲଫ୍ରେଣ୍ଡ ପାଇଁ ସୁନା କିଣିବା ବେଳେ ମିଳିଲାନି ଡିସକାଉଣ୍ଟ। ସୁନା ଦୋକାନୀ ୨୦୦୦ ଟଙ୍କାର ଡିସକାଉଣ୍ଟ ଦେବାକୁ ମନା କରିବାରୁ ଅଜବ କାଣ୍ଡ ଘଟାଇଛି ଜଣେ ୫୨ ବର୍ଷୀୟ ଅଭ୍ୟାସଗତ ଚୋର। ସେ ସୁନା ଦୋକାନୀଙ୍କ ଉପରେ ଡିସକାଉଣ୍ଟର ରାଗ ସୁଝାଇବା ପାଇଁ ଲୁଟି ନେଇଛି ୨ କେଜି ଓଜନର ସୁନା ଗହଣା। ଏହାର ମୂଲ୍ୟ ପ୍ରାୟ ୧.୨ କୋଟି ଟଙ୍କା ହେବ। ୫୨ ବର୍ଷୀୟ ବ୍ୟକ୍ତିକୁ ଏହି ଲୁଟ କାମରେ ତା’ର ଦୁଇ ଜଣ ସହଯୋଗୀ ସାଥ ଦେଇଛନ୍ତି। ମୁମ୍ବାଇର ଶିବାଜୀ ପାର୍କ ପୁଲିସ୍‌ ଷ୍ଟେସନ ଅଧୀନରେ ଏପରି ଏକ ଘଟଣା ଘଟିଥିବା ବେଳେ କ୍ରାଇମବ୍ରାଞ୍ଚ ୟୁନିଟ ୫ ପୂରା ଘଟଣା ଉପରକୁ ପର୍ଦ୍ଦା ହଟାଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ବିନୋଦ ସିଂହ ଓ ତା’ର ଜଣେ ସହଯୋଗୀ ପାରସ ଜୋବାଲିଆ(୫୦)କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଲୁଟ ସୁନା ମଧ୍ୟ ଜବତ କରାଯାଇଛି। ପୁଲିସ୍‌ କହିଛି ଯେ ବିନୋଦ ସିଂହ ଜଣେ ଅବିବାହିତ। ସେ ନିଜର ଏଣ୍ଟରଟେନମେଣ୍ଟ ପାଇଁ ଦୈନିକ ବିଭିନ୍ନ ଦୋକାନକୁ ବୁଲିବାକୁ ଯାଏ। ଏହିକ୍ରମରେ ସେ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଦାଦର(ପଶ୍ଚିମ)ରେ ଥିବା ପେଡନେକର ଗହଣା ଦୋକାନକୁ ତା’ ଗାର୍ଲଫ୍ରେଣ୍ଡ ପାଇଁ ଅଳଙ୍କାର କିଣିବାକୁ ଯାଇଥିଲା। ନିଜ ପସନ୍ଦର ଅଳଙ୍କାର ଚୟନ କରିବା ପରେ ଦୋକାନୀଙ୍କୁ ବିନୋଦ ୨ ହଜାର ଟଙ୍କାର ଡିସକାଉଣ୍ଟ ମାଗିଥିଲା। କିନ୍ତୁ ଗହଣା ଦୋକାନୀ ରାଜି ହୋଇ ନଥିଲେ। ଏଥିରେ ରାଗି ଯାଇ ସେ ଦୋକାନରୁ ଚାଲି ଯାଇଥିଲେ। ହେଲେ କିଛି ସମୟ ପରେ ସେ ଓ ତା’ ଦୁଇ ସହଯୋଗୀ ଦୋକାନର ବିଭିନ୍ନ ଅଞ୍ଚଳ ବୁଲି ଯାଞ୍ଚ କରିଥିଲେ। ଅଗଷ୍ଟ ୨୪ରେ ଯେତେବେଳେ ଦୋକାନ ଲଞ୍ଚ ବ୍ରେକ ପାଇଁ ୨ ଘଣ୍ଟା ବନ୍ଦ ରହିଥିଲା ସେତେବେଳେ ଅଭିଯୁକ୍ତମାନେ ପଛପଟେ ଥିବା ୱାଶରୁମ ଗ୍ରୀଲକୁ କାଟି ଏହା ଭିତରେ ପଶିଥିଲେ। ସେମାନେ ତୁରନ୍ତ ୨ କେଜିର ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଦୋକାର ଆଖପାଖରେ କୌଣସି ସିସିଟିଭି ନଥିବାରୁ ଅଭିଯୁକ୍ତଙ୍କୁ ଧରିବା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କିନ୍ତୁ ଡିଜିଟାଲ ଆସେଟ ମ୍ୟାନେଜମେଣ୍ଟ(ଡିଏଏମ) ତଥ୍ୟ ଓ ଅନ୍ୟ ବୈଷୟିକ ସହାୟତା ଜରିଆରେ ପୁଲିସ୍‌ ବିନୋଦ ସିଂହକୁ ଚିହ୍ନଟ କରିବାକୁ ସକ୍ଷମ ହୋଇଥିଲା। ତାକୁ ଧରିବା ପରେ ପୁଲିସ୍‌ ଲୁଟ ଅଳଙ୍କାରକୁ ଠାବ କରିପାରିଥିଲା। ଜେରା ବେଳେ ସେ ଜୋବାଲିଆ ଓ ଦୋକାନ ବାହାରେ ଥିବା ୱାଚମ୍ୟାନଙ୍କ ନାଁ ମଧ୍ୟ କହିଥିଲା। ଚୋରି ବେଳେ ଦୋକାନୀ ଓ ଏହାର କର୍ମଚାରୀଙ୍କ ଉପରେ ନଜର ରଖିବାକୁ ବିନୋଦ ୱାଚମ୍ୟାନ ଜଣଙ୍କୁ କହିଥିଲା। ଦୋକାନରୁ ଚୋରି କରିବା ପରେ ସେ ନିଜ ଘରକୁ ଯାଇଥିଲା। ସେଠାରେ ସବୁ ସୁନା ଅଳଙ୍କାରକୁ ତରଳାଇ ୪ଟି ସୁନା ବିସ୍କୁଟ ତିଆରି କରିଥିଲା। ଏହି ବିସ୍କୁଟକୁ ସେ ବିକ୍ରି କରିବା ପାଇଁ ଜୋବାଲିଆକୁ ଦେଇଥିଲା। ପୁଲିସ୍‌ ବିନୋଦ ଠାରୁ ଖବର ହାସଲ କରି ୨ କେଜି ଓଜନର ସୁନା ବିସ୍କୁଟ ବିକ୍ରି କରିବାକୁ ଅହମଦାବାଦ ଯାଉଥିବା ଜୋବାଲିଆକୁ ଗିରଫ କରିଥିଲା। ବିନୋଦ ନାଁରେ ପୂର୍ବରୁ ଏଲଟି ମାର୍ଗ ଓ କଲ୍ୟାଣ ପୁଲିସ ଷ୍ଟେସନରେ ଏକାଧିକ ଚୋରି ମାମଲା ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!