ଉଦଳା, (ବାଘୁଆବାର୍ତ୍ତା): ଚୋରା ଚାଲାଣ ହେଉଥିବା ବେଳେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ। ବିଶେଷସୂତ୍ରରୁ ଖବର ପାଇ ଉଦଳା ବନ ବିଭାଗ ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ ଗ୍ରାମରେ ଚଢ଼ାଉ କରି ଏହି କାଠ ଜବତ କରିଛି। ତେବେ ଗାଡି ଛାଡି ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ସୂଚନାନୁଯାୟୀ, ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ ଗ୍ରାମରେ କାଠ ଚୋରା ଚାଲାଣ ହେଉଥିବା ନେଇ ବିଶେଷସୂତ୍ରରୁ ଖବର ପାଇ ଉଦଳା ବନ ବିଭାଗ ଚଢାଉ କରିଥିଲା। ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ବନ ବିଭାଗ କହିଛି। ତେବେ ଏହି ଶାଗୁଆନ କାଠ ବାଲେଶ୍ୱର ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବନ ବିଭାଗ କହିଛି।





