ଫୁଲନଖରା, (ବାଘୁଆବାର୍ତ୍ତା): ଫୁଲନଖରା ହଂସପାଳ ନିକଟସ୍ଥ ଶିବଶକ୍ତି ନଗର ଲେନ୍ ୧୫ ରେ ପୋଲିସ ଚଢାଉ କରି ନକଲି ଡିଟରଜେଣ୍ଟ ପାଉଡର ଓ ଲୁଣ ଜବତ କରିଛି। ନକଲି ଡିଟରଜେଣ୍ଟ ପାଉଡର ଓ ସଲ୍ଟ ସର୍ଫ ଏକ୍ସେଲ ଓ ଟାଟା ସଲ୍ଟ ଭଳି ନାମିଦାମୀ କମ୍ପାନୀର ପ୍ୟାକେଟରେ ଭର୍ତ୍ତି କରି ବଜାରରେ ବିକ୍ରି କରୁଥିଲେ। ପାହାଳ ଥାନା ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି। ସର୍ଫ ଏକ୍ସେଲ ଓ ଟାଟା ସଲ୍ଟର ଲୋଗୋ ଲାଗିଥିବା ଜରି ପୋଲିସ ଜବତ କରିଛି। ତେବେ ଏହି ନକଲି କାରଖାନାର ମାଲିକ ଫେରାର ହୋଇଯାଇଥିବା ବେଳେ ସେଠାରେ ଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।





