ନୟାଗଡ଼, (ବାଘୁଆବାର୍ତ୍ତା): ସରକାରୀ ଯାଗାରେ କିଛି ମୁଷ୍ଟିମେୟ ଲୋକ କବ୍ଜା କରି ବେସରକାରୀ ଭାବେ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିଲେ । ଖବର ପ୍ରକାଶନ ପରେ ଲାଠିପଡ଼ା ଆରଆଇ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି । ଏଥିସହିତ ଉକ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶ୍ନ ଉଠୁଛି ଏହି ଘଟଣାରେ ରାଜସ୍ୱ କାର୍ଯ୍ୟାଳୟର କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହୋଇ ଆସୁଛି । ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଅର୍ଥ ଲୋଭରେ ଏଭଳି କାର୍ଯ୍ୟ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୁଚନାନୁସାରେ ସରକାରୀ ଯାଗାରେ ବେସରକାରୀ କୋଠା ନିର୍ମାଣ ଉନ୍ନତ ଯୋଜନା ଯୋଗ୍ୟ କିସମ ରୁ ଜଣା ପଡିଛି । ପ୍ଲଟ ନଂ-୭୩୮ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ନିର୍ମାଣ କରାଯାଉଥିଲା । ଉକ୍ତ ଗ୍ରାମର ସଦାଶିବ ବେହେରା, ବିରଞ୍ଚିନାରାୟଣ ବେହେରା ଓ ଯୁଗଳ କିଶୋର ବେହେରା ମିଶି ବେଆଇନ ନିର୍ମାଣ କାର୍ଯ୍ୟ କରୁଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ରାଜସ୍ୱ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ବ୍ୟବଧାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉକ୍ତ କେନ୍ଦ୍ରସ୍ଥଳରେ ରାଜପାଟଣା ଛକରେ ଏକ ବଡ଼ ବ୍ୟବସାୟ ବଜାର ଅବସ୍ଥିତ । ଏହି ଛକରେ ଗରିବ କୃଷକ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରିବଟା କରିଥାନ୍ତି । ଏହି ଛକରେ ଏକ ସରକାରି ଯାଗାକୁ କିପରି ଭାବେ ଜଣେ ବେସରକାରୀ ବ୍ୟକ୍ତି ଗୃହ ନିର୍ମାଣ କରୁଛନ୍ତି ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚିନ୍ତାର କାରଣ ପାଲଟିଥିଲା । ଆଇନତଃ ଯେକୌଣସି ବ୍ୟକ୍ତି ସରକାରୀ ଯାଗାରେ ଘର ନିର୍ମାଣ କରିବା ପାଇଁ ସରକାରଙ୍କର ଅନୁମତି ଆବଶ୍ୟକ । ଉକ୍ତ ଘଟଣାରେ ସେଭଳି କୌଣସି ଘଟଣା ଘଟିନାହିଁ । ଆଇନତଃ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।





