ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଅଞ୍ଚଳ ଚାଲିଥିଲା ଜୁଆ ଆଡ୍ଡା। ବିଶେଷ ସୂତ୍ରରୁ ସୂଚନା ପାଇଁ ଅତର୍କିତ ଚଢ଼ାଉ କଲା ହିଂଜିଳି ପୋଲିସ। ଚଢ଼ଉ ବେଳେ ୧୫ ଜଣ ଜୁଆଡ଼ିଙ୍କୁ ଧରିଥିବା ବେଳେ ସେମାନଙ୍କ ଠାରୁ ଲକ୍ଷେ ୫୩ ହଜାର ଟଙ୍କା ସହ ୧୮ ଟି ଦାମୀ ମୋବାଇଲ ଜବତ କରିଛି ପୋଲିସ। ସୂଚନା ମୁତାବିକ, ଗତକାଲି ସାରୁ ଗ୍ରାମରେ ଏକ ଅର୍ଦ୍ଧ ନିର୍ମିତ ଘରରେ ପେଷାଦାର ଜୁଆଡିଙ୍କ ଜୁଆ ଖେଳ ଚାଲିଥିଲା। ଏ ସମ୍ପର୍କରେ ହିଂଜିଳି ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହି ସମୟରେ ହିଂଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ସାରୁ ଗ୍ରାମରେ ଚଢ଼ାଉ କରିଥିଲେ । ଯାହା ଫଳରେ ଉକ୍ତ ସ୍ଥାନରୁ ହିଂଜିଳି ସମେତ ବାହାର ଗ୍ରାମର ମୋଟ ୧୫ଜଣ ଜୁଆଡ଼ିଙ୍କୁ ଧରିବା ସକ୍ଷମ ହୋଇଛି ପୋଲିସ। ଏଥି ସହିତ ୧୮ଟି ଦାମୀ ମୋବାଇଲ ଜବତ କରାଯାଇଛି। ଜୁଆ ଆଡ୍ଡା ସହ ସପୃକ୍ତି ଥିବା ଅନ୍ୟ ଜୁଆଡ଼ିଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।





