ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍ ଅଭିଯୋଗ । ବ୍ରହ୍ମଗିରି ହାଇ ସ୍କୁଲ ନିକଟରୁ ଏହି ଲୁଟ ହୋଇଛି । ବ୍ରହ୍ମଗିରି ବଜାର ଏସବିଆଇ ବ୍ୟାଙ୍କ ରୁ ଟଙ୍କା ଉଠାଇ ଜଣେ ବ୍ୟକ୍ତି ବ୍ରହ୍ମଗିରି ଗାଁର ଜଣ ଙ୍କୁ ଦେବାକୁ ଯାଉଥିଲେ। ବ୍ରହ୍ମଗିରି ହାଇସ୍କୁଲ ନିକଟରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟି ନେଇଥିଲେ। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏ ନେଇ ବ୍ରହ୍ମଗିରି ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ବ୍ରହ୍ମଗିରି ବଜାରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଲୁଟ ହୋଇଥିବା ବ୍ୟକ୍ତି ଜଣକ କଟକ ଅଞ୍ଚଳର ହୋଇଥିବା ଜଣାପଡିଛି।





