ରାୟଗଡ଼ା, (ବାଘୁଆବାର୍ତ୍ତା): ପ୍ରେମିକାକୁ ଛୁରୀରେ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଥା ଟିକିରି ଥାନା ଅନ୍ତର୍ଗତ ଉଷାପଡା ଓ ମୁଣ୍ଡାଗାଁ ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଅଭାବନୀୟ ଘଟଣା ଶନିବାର ଦେଖିବାକୁ ମିଳିଛି । ପ୍ରେମୀ ଯୁଗଳ ହେଲେ ମୁଣ୍ଡାଗାଁ ଗ୍ରାମର ରଶିକ ପ୍ରଧାନ ଓ ସାନମାଟିକଣା ଗ୍ରାମର ରିମା ମାଝୀ । ମୁଣ୍ଡାଗାଁ ଗ୍ରାମର ରଶିକ ପ୍ରଧାନ ଓ ସାନମାଟିକଣା ଗ୍ରାମର ରିମା ମାଝୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କୌଣସି କାରଣକୁ ନେଇ ରସିକ ପ୍ରଥମେ ରିମାଙ୍କୁ ଏକ ଛୁରିରେ ଆକ୍ରମଣ କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ଆକ୍ରମଣରେ ରିମା ମାଝୀଙ୍କ ମୃତ୍ୟୁ ପ୍ରଥମେ ହୋଇଥିଲା। ଗୁରୁତର ଅବସ୍ଥାରେ ରସିକଙ୍କୁ ପ୍ରଥମେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ରାୟଗଡା ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ଜବତ କରି ସହ ତଦନ୍ତ ଜାରି ରହିଛି।। କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ରସିକ ନିଜେ ବିବାହିତ ଓ ତାଙ୍କର ତିନୋଟି ଛୁଆ ମଧ୍ୟ ରହିଥିବା ଜଣାପଡିଛି।





