ନୟାଗଡ଼, (ବାଘୁଆବାର୍ତ୍ତା): ରଣପୁରରେ ଓ୍ବାଇଡି ଲାଇଫିର ଚଢ଼ାଉ । ବାଘ ଦାନ୍ତ ସହ ନେପାଳୀ ମୂଷା ଓ ଶୁଆ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଖୋର୍ଦ୍ଧା ଓ୍ବାଇଡ୍ ଲାଇଫ୍ । ଅଭିଯୁକ୍ତ ଜଣଙ୍କ ହେଲେ ବିନୋଦ ବିହାରୀ ପ୍ରଧାନ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ଓ୍ବାଇଡ୍ ଲାଇଫ୍ ଅଧିନରେ ଥିବା ରଣପୁର ମଣିନାଗ ସାହିର ବିନୋଦ ବିହାରୀ ପ୍ରଧାନଙ୍କ ଘରେ ବନ୍ୟଜନ୍ତୁ ବାଘ ଦାନ୍ତ, ବାରହା ଦାନ୍ତ, ନେପାଳୀ ମୂଷା ଓ ବନ୍ୟପ୍ରାଣୀ ଶୁଆ ଇତ୍ୟାଦି ଥିବା ନେଇ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲା ଓ୍ବାଇଡ ଲାଇଫ । ଖୋର୍ଦ୍ଧା ଓ୍ବାଇଡ ଲାଇଫ୍ ଏସିଏଫ, ରଣପୁର ବନାଞ୍ଚଳଙ୍କ ସହାୟତାରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ରଣପୁର ମଣିନାଗ ସାହିର ବିନୋଦଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବିନୋଦଙ୍କ ଘରୁ ୧ଟି ବାଘ ଦାନ୍ତ, ବାରହା ଦାନ୍ତ ୧ଟି, ନେପାଳୀ ମୂଷା ୧ଟି ଓ ଶୁଆ ଗୋଟିଏ ଉଦ୍ଧାର କରିବା ସହ ବିନୋଦକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ଓ୍ବାଇଡ ଲାଇଫ୍ । ତେବେ ବାଘ ଦାନ୍ତ, ବାରହା ଦାନ୍ତ କୋଉଠୁ ଆଣିଲେ, କିଣିଛନ୍ତି କି ଶିକାର କରିଛନ୍ତି, ଯଦି କିଣିଛନ୍ତି ତାହା ହେଲେ କାହା ଠାରୁ କିଣିଛନ୍ତି ଏବଂ କେଉଁଠାରୁ ଶିକାର କରି ରଖିଛନ୍ତି, ବିନୋଦ ଏକା ନା ଆଉ କିଏ କିଏ ସାମିଲ ଅଛନ୍ତି ଏସବୁର ଖୋଳତାଡ଼ କରୁଛି ଖୋର୍ଦ୍ଧା ଓ୍ବାଇଡ୍ ଲାଇଫ୍ । ଉକ୍ତ ଟିମରେ ଖୋର୍ଦ୍ଧା ଓ୍ବାଇଡ୍ ଲାଇଫ୍, ଟାଙ୍ଗୀ ବନ ବିଭାଗ, ରଣପୁର ବନ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ ।





